ଓଡିଶା

odisha

ETV Bharat / bharat

ନୋଏଡାରେ ଭୁଶୁଡିଲା ନିର୍ମାଣାଧିନ କୋଠା, ଉଦ୍ଧାର କାର୍ଯ୍ୟ ଜାରି - ନୋଏଡାରେ ଭୁଶୁଡିଲା କୋଠା

ଉତ୍ତରପ୍ରଦେଶର ନୋଏଡାରେ ବଡ ଧରଣର ଦୁର୍ଘଟଣା । ସେକ୍ଟର 11ରେ ଏକ ବହୁ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି । ଅଧିକ ପଢନ୍ତୁ...

ନୋଏଡାରେ ଭୁଶୁଡିଲା ନିର୍ମାଣାଧିନ କୋଠା, ଉଦ୍ଧାର କାର୍ଯ୍ୟ ଜାରି
ନୋଏଡାରେ ଭୁଶୁଡିଲା ନିର୍ମାଣାଧିନ କୋଠା, ଉଦ୍ଧାର କାର୍ଯ୍ୟ ଜାରି

By

Published : Jul 31, 2020, 9:19 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡାରେ ବଡ ଧରଣର ଦୁର୍ଘଟଣା । ସେକ୍ଟର 11ରେ ଏକ ବହୁ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି । ଘଟଣାରେ 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଫେର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭୁଶୁଡି ପଡିଥିବା କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପ୍ରାଥମିକ ଯାଞ୍ଚରୁ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଆଖପାଖରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଏହି କୋଠାଟି ସେକ୍ଟର 24 ସ୍ଥିତ ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଜଣାପଡିଛି । ତେବେ କୋଠା ଭୁଶୁଡିବା ଘଟଣାର ସମୀକ୍ଷା କରିବା ସହିତ କମିଶନରଙ୍କୁ ଯାଞ୍ଚ ଆଦେଶ ଦେଇଛନ୍ତି ।

ABOUT THE AUTHOR

...view details