ଓଡିଶା

odisha

ETV Bharat / bharat

ମୁମ୍ବାଇ କାନ୍ଦିଭାଲିରେ ଭୁଷୁଡି ପଡିଲା କୋଠା, 14 ଉଦ୍ଧାର - Mumbai's Kandivali, 14 rescued

ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୁମ୍ବାଇର କାନ୍ଦିଭାଲି ପଶ୍ଚିମ ଅଞ୍ଚଳରେ ଏକ କୋଠା ଭୁଷୁଡି ପଡିଛି। ଏବେ ସୁଦ୍ଧା 14 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 5ରୁ ଉର୍ଦ୍ଧ୍ବ ଫଶି ରହିଛନ୍ତି।

Building collapses in Mumbai's
ମୁମ୍ବାଇ କୋଠା ଭୁଷୁଡିବା ଘଟଣାରେ 14 ଉଦ୍ଧାର, ଫଶି ରହିଛନ୍ତି 5

By

Published : May 10, 2020, 8:56 AM IST

ପୁଣେ: ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୁମ୍ବାଇର କାନ୍ଦିଭାଲି ପଶ୍ଚିମ ଅଞ୍ଚଳରେ ଏକ କୋଠା ଭୁଷୁଡି ପଡିଛି। ଉକ୍ତ କୋଠାରେ ଅନେକ ଲୋକ ଫଶି ରହିଛନ୍ତି।

ସେଥିମଧ୍ୟରୁ ପ୍ରଥମ ମହଲାରୁ 12 ଜଣ ଏବଂ ତଳ ମହଲାରୁ ଦୁଇଜଣଙ୍କୁ ମିଶାଇ 14 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି 4 ରୁ 5 ଜଣ ଲୋକ ଫଶିକି ରହିଛନ୍ତି। ଘଟଣାରେ ମୃତାହତ ବିଷୟରେ କୌଣସି ସୂଚନା ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଖବର ମିଳିବ।

ଏହି ଘଟଣାଟି ରବିବାର ସକାଳ ପ୍ରାୟ 5:13 ସମୟରେ ଘଟିଛି। ଉଦ୍ଧାର ଦୁଇ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ବିଷୟରେ ଖବର ପାଇ ଏନଡିଆରଏଫ୍ ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହାସହ 4 ଟି ଫାୟାର ଇଞ୍ଜିନ ଏବଂ 1 ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

For All Latest Updates

ABOUT THE AUTHOR

...view details