ଓଡିଶା

odisha

ETV Bharat / bharat

ଷଣ୍ଢ-ମଣିଷ ଲଢେଇ: ଆସାମର 'ମୋହ ଜୁଜ', ତାମିଲନାଡୁର ‘ଜାଲିକାଟ୍ଟୁ’ - ଆସାମର 'ମୋହ ଜୁଜ'

ଆସାମର ବୈଦ ବୋରି ଜିଲ୍ଲାରେ ଚାଲିଛି 'ମୋହ ଜୁଜ' ଲଢେଇ। ଯେଉଁଥିରେ 50ରୁ ଊର୍ଦ୍ଧ୍ବ ଷଣ୍ଢଙ୍କ ସହ ମଣିଷଙ୍କ ଲଢେଇ ଜାରି ରହିଛି। ସେହିପରି ତାମିଲନାଡୁର ପାଲାମେଡୁରେ ଚାଲିଛି ଜାଲିକାଟ୍ଟୁ। ସକାଳୁ ଆରମ୍ଭ ହୋଇଛି ଷଣ୍ଢ-ମଣିଷ ଫାଇଟ। ଅଧିକ ଖବର ପଢନ୍ତୁ...

Magh Bihu Festival in Assam
ଷଣ୍ଢ ମଣିଷ ଲଢେଇ:ଆସାମର 'ମୋହ ଜୁଜ' ତାମିଲନାଡୁର ଜାଲିକାଟ୍ଟୁ

By

Published : Jan 17, 2020, 1:02 PM IST

Updated : Jan 17, 2020, 3:04 PM IST

ଗୌହାଟୀ/ଚେନ୍ନାଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଖୁଲମଖୁଲ୍ଲା ଚାଲିଛି ଷଣ୍ଢ-ମଣିଷ ଲଢେଇ। ଆସାମର ପ୍ରସିଦ୍ଧ ବିହୁ ପର୍ବ ଅବସରରେ ଏହି ପ୍ରାଣଘାତକ ଉତ୍ସବକୁ ଲୋକେ ପାଳନ କରୁଥିବା ବିଭିନ୍ନ ସ୍ଥାନରୁ ନଜିର ଆସିଛି। ଆସାମରେ ହେଉଥିବା ଏହି ଷଣ୍ଢ ଲଢେଇକୁ 'ମୋହ ଜୁଜ' କୁହାଯାଏ। ଏହା ସାଧାରଣତଃ ଫସଲ ଅମଳ ସମୟରେ କରାଯାଇଥାଏ। ଏହାକୁ ମାଘ ବିହୁ କୁହାଯାଏ।

ଷଣ୍ଢ-ମଣିଷ ଲଢେଇ: ଆସାମର 'ମୋହ ଜୁଜ', ତାମିଲନାଡୁର ‘ଜାଲିକାଟ୍ଟୁ’

ଗତକାଲି ଏହି ପର୍ବ ପାଳନ ଆସାମ ଗୌହାଟୀରୁ 78 କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଁ ଜିଲ୍ଲାର ବୈଦ ବୋରିରେ ଆୟୋଜନ କରାଯାଇଥିଲା। ଯେଉଁଥିରେ 50ରୁ ଊର୍ଦ୍ଧ୍ବ ଷଣ୍ଢ ଲଢେଇରେ ଅଶଂଗ୍ରହଣ କରିଥିଲେ। ଏହି ଲଢେଇକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ଜମୁଥିବା ବେଳେ ପ୍ରାୟ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖେଳ ଚାଲଥିଲା।

ଏହି କାର୍ଯ୍ୟକ୍ରମର ଆୟୋଜନ ବୈଦ ବୋରି ଜିଲ୍ଲାରେ କରାଯାଇଥିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କମିଟି ଦ୍ବାରା କରାଯାଉଛି। ଯେଉଁଥିରେ ଷଣ୍ଢର ଶିଙ୍ଘକୁ ବାନ୍ଧି ଦିଆଯିବା ସହ ଉଚ୍ଚ ସ୍ବରର ମ୍ୟୁଜିକ୍ ବାଜୁଥିବ। ଏହା ପରେ ଷଣ୍ଢର ମାଲିକ ଏକ ବାଡିରେ ପିଟିବା ଆରମ୍ଭ କରିବେ।

ଷଣ୍ଢ ମଣିଷ ଲଢେଇ:ଆସାମର 'ମୋହ ଜୁଜ' ତାମିଲନାଡୁର ଜାଲିକାଟ୍ଟୁ

ପଶୁଙ୍କ ପ୍ରତି ଏଭଳି କ୍ରୁରତାପୂର୍ଣ୍ଣ ଆଚରଣ କରିବା ଧାରା 11(1) କ ଅନୁସାରେ 1960 ପଶୁ ନିୟମର ଉଲ୍ଲଙ୍ଘନ କରୁଛି। ଏପରିକି ଖେଳରେ ଆହତ ପଶୁଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ସୁଯୋଗ ରଖାଯାଇ ନାହିଁ। ଅନ୍ୟପଟେ ତାମିଲନାଡୁର ପାଲାମେଡୁରେ ଚାଲିଛି ଜାଲିକାଟ୍ଟୁ। ସକାଳୁ ଆରମ୍ଭ ହୋଇଛି ଷଣ୍ଢ-ମଣିଷ ଫାଇଟ। ଏହି ଲଢେଇ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଛି। ଅବସରପ୍ରାପ୍ତ ବିଚାରପତିଙ୍କ ଉପସ୍ଥିତିରେ ଚାଲିଛି ଏହି ଜାଲିକାଟ୍ଟୁ ଖେଳ।

Last Updated : Jan 17, 2020, 3:04 PM IST

ABOUT THE AUTHOR

...view details