ଓଡିଶା

odisha

ETV Bharat / bharat

ବଜେଟ ଭାଷଣ: ଟ୍ୟାକ୍ସ ଶଦ୍ଦକୁ 132 ଥର ଉଚ୍ଚାରଣ କଲେ ଅର୍ଥମନ୍ତ୍ରୀ - ବଜେଟ ୨୦୨୦ ମୁଖ୍ୟାଂଶ

ପ୍ରକାଶ ପାଇଛି ନୂତନ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ପାରମ୍ପରିକ ବହିଖାତା ସହ ବାର୍ଷିକ ଆର୍ଥିକ ବିବରଣୀ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରାୟ 2 ଘଣ୍ଟା 40 ମିନିଟର ଏହି ଲମ୍ବା ଚଉଡା ବଜେଟ ଭାଷଣରେ କେଉଁ ଶଦ୍ଦକୁ କେତେଥର ପଢିଲେ ଅର୍ଥମନ୍ତ୍ରୀ ଆସନ୍ତୁ ଜାଣିବା...

_Budget speech
2020 ବଜେଟ ଭାଷଣ: ଟ୍ୟାକ୍ସ ଶଦ୍ଦକୁ 132 ଥର ଉଚ୍ଚାରଣ କଲେ ଅର୍ଥମନ୍ତ୍ରୀ ନିର୍ମଳା

By

Published : Feb 2, 2020, 2:37 PM IST

ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଯାଇଛି ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। 2020-21 ଆର୍ଥିକ ବର୍ଷ ପାଇଁ ସର୍ବମୋଟ 30,42,230 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ଥର ପାରମ୍ପରିକ ବହିଖାତା ସହ ବାର୍ଷିକ ବଜେଟ ରଖିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏଥର ନିଜର ପୂର୍ବ ରେକର୍ଡ ଭାଙ୍ଗି 2 ଘଣ୍ଟା 40 ମିନିଟର ଲମ୍ବା ଭାଷଣ ରଖିଥିଲେ। ଏତେ ସମୟର ଲମ୍ବା ଭାଷଣରେ କେଉଁ ଶଦ୍ଧକୁ ଅର୍ଥମନ୍ତ୍ରୀ ଅଧିକ ଥର ଉଚ୍ଚାରଣ କରିଥିଲେ ଆସନ୍ତୁ ଜାଣିବା...

ମୋଦି 2.0ରେ ଅର୍ଥମନ୍ତ୍ରୀ ଦ୍ବିତୀୟ ଥର ପାଇଁ ବଜେଟ ଆଗତ କରିଛନ୍ତି। ଏଥିରେ ସେ ଟ୍ୟାକ୍ସ ଶବ୍ଦକୁ 132 ଥର ଉଚ୍ଚାରଣ କରିଛନ୍ତି। ଏହାସହ ଚାଷୀ ଶବ୍ଦକୁ 12 ଥର ଓ ଯୁବା ଶବ୍ଦକୁ 11 ଥର କହିଥିଲେ। ଚଳିତ ବଜେଟ ଉପସ୍ଥାପନା ପରେ ଦେଶରେ ଆସିବ ନୂଆ ଶିକ୍ଷା ନୀତି। ବଜେଟରେ ଗ୍ରାମୀଣ ଅର୍ଥନୀତି ସହ କୃଷକ, ମହିଳା ଓ ଯୁବକଙ୍କୁ ମଧ୍ୟ ଗୁରୁତ୍ବ ମିଳିଛି। ବଜେଟରେ ରୋଜଗାର ଶବ୍ଦକୁ 7 ଥର ପଢିଛନ୍ତି ଅର୍ଥମନ୍ତ୍ରୀ।

ସେହିପରି ଅର୍ଥମନ୍ତ୍ରୀ ଭାଷଣରେ 23 ଥର ବ୍ୟାଙ୍କ ଶବ୍ଦ,6 ଥର ଲୋନ ଶବ୍ଦ ରହିଥିଲା। ଏହାସହ ମହିଳା 23 ଥର, ଗାଁ 1 ଥର, ଗ୍ରାମୀଣ ଶବ୍ଦ 4 ଥର, ଅର୍ବାନ ଶବ୍ଦ 4 ଓ ସହର ଶବ୍ଦ 5 ଥର ପ୍ରଧାନମନ୍ତ୍ରୀ ଶବ୍ଦ15 ଥର, ଜବ ଶବ୍ଦ 8 ଥର, ଶିକ୍ଷା 19 ଥର ଉଚ୍ଚାରଣ କରିଥିଲେ ନିର୍ମଳା ସୀତାରମଣ।

ଏହା ଥିଲା ରେକର୍ଡ ଭଙ୍ଗା ଭାଷଣ। ଏହା ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ଏତେ ସମୟ ଭାଷଣ ସଂସଦରେ ଉପସ୍ଥାପିତ କରିନାହାଁନ୍ତି। ପୂର୍ବରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଭାଷଣ 2 ଘଣ୍ଟା 10 ମିନିଟ୍ ଦେଇଥିଲେ।

ABOUT THE AUTHOR

...view details