ନୂଆଦିଲ୍ଲୀ: ଦ୍ବିତୀୟ ଦିନର ବଜେଟ ଅଧିବେଶନ ଆରମ୍ଭ ହେବା ପରେ ବିରୋଧି ସିଏଏ ଓ ଏନଆରସିକୁ ନେଇ ଲୋକସଭାରେ ହଙ୍ଗାମା । ଏହାପରେ ଦ୍ବିତୀୟ ଦିନରେ ମଧ୍ୟ ତଳ ସଦନରେ ଦିନ 12ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।
ଅନ୍ୟପକ୍ଷେ ମହାତ୍ମାଗାନ୍ଧୀଙ୍କୁ ନେଇ ଅନନ୍ତ କୁମାର ହେଗଡେଙ୍କ ବିବାଦୀୟ ବୟାନକୁ ନେଇ ବିରୋଧି ଘେରାଉ କରିଥିଲେ । ଫଳରେ ଗୃହକାମକୁ ମୁଲତବୀ ରଖାଯାଇଛି । ଏହାସହ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ମଣିକମ ଟେଗୋର ଲୋକସଭାରେ ସିଏଏକୁ ସ୍ଥଗିତ ପ୍ରସ୍ତାବ ଦେଇଛନ୍ତି ।