ଓଡିଶା

odisha

ETV Bharat / bharat

କେତେ ବଢିଛି, କେତେ କମିଛି...

ନୂଆଦିଲ୍ଲୀ: ଆଉ କେଇ ମୂହୁର୍ତ୍ତ ପରେ ଆସିବ ସରକାରଙ୍କ ଅନ୍ତିମ ବଜେଟ । ତେବେ ଏହି କାମଚଳା ବଜେଟକୁ ନିର୍ବାଚନୀ ବଜେଟ ମଧ୍ୟ କୁହାଯିବା ନେଇ ଚର୍ଚ୍ଚା ଚାଲିଛି । ଏଥର 2019 ସାଧାରଣ ନିର୍ବାଚନ ବ୍ୟତୀତ ଅଧିକାଂଶ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତ କରିପାରନ୍ତି ବଜେଟ । ସବକା ସାଥ ସବକା ବିକାଶ ସରକାରଙ୍କ ମନ୍ତ୍ର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 1, 2019, 12:03 PM IST

ଆଉ ଏହି ମନ୍ତ୍ର ବଜେଟରେ ଦେଖିବାକୁ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସାଧାରଣ ଲୋକ, ଚାଷୀଙ୍କ ଉଦ୍ଦେଶ୍ୟରେ ବଜେଟ ପ୍ରସ୍ତୁତ ହେବା ନେଇ ବାରମ୍ବାର ସରକାର କହି ଆସୁଛନ୍ତି । ହେଲେ ଏହାର ପ୍ରଭାବ କେତେ ମାତ୍ରାରେ ଉତ୍ପାଦନ, ରୋଜଗାର ଓ ଦରଦାମ କ୍ଷେତ୍ରରେ ରହିଛି ଜାଣି ନିଅନ୍ତୁ ।



ରିପୋର୍ଟ ମୁତାବକ ବଢିଛି ଖାଦ୍ୟଶସ୍ୟ ଉତ୍ପାଦନ । 2014ରେ ଏହା 265.04 ଲକ୍ଷ ଟନ ଥିବାବେଳେ ଏବେ ଏହା 284.83 ଲକ୍ଷ ଟନରେ ପହଞ୍ଚିଛି । କିନ୍ତୁ ଧାନ ଓ ଗହମ ଉତ୍ପାଦନ 2 ପ୍ରତିଶତ କମିଥିବା ଜଣାପଡିଛି । ହେଲେ ଅଧିକା 4 ପ୍ରତିଶତ ଉତ୍ପାଦନ ହୋଇଛି ଡାଲି । 2014 ଅନୁସାରେ 2018ରେ ଉତ୍ପାଦନ ହାର 4.6 %କୁ ଅଭିବୃଦ୍ଧି ହୋଇଛି ।







ABOUT THE AUTHOR

...view details