ଲକ୍ଷ୍ନୌ: କାର୍ତ୍ତିକ ପୂର୍ଣ୍ଣିମା ବା ଦେବ ଦୀପାବଳି ଅବସରରେ ଆଲୋକମୟ ହୋଇଥାଏ ଉତ୍ତରପ୍ରଦେଶର କାଶୀ ସହର। ଏପରି ପ୍ରତୀତ ହୁଏ ଯେପରି ଆକାଶରୁ ତାରା ଖସି ପଡଛନ୍ତି । କାରଣ ଏହି ଦିନ ଲକ୍ଷାଧିକ ଦୀପ ପ୍ରଜ୍ବଳନ କରିଥାନ୍ତି ସହରବାସୀ । ଏହି ଦୃଶ୍ୟକୁ ଦେଖିବାପାଇଁ ଓ ଗଙ୍ଗା ଘାଟରେ ଦୀପ ଦାନ କରିବା ପାଇଁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସହ ବୌଦ୍ଧ ଭିକ୍ଷୁଙ୍କର ମଧ୍ୟ ଆଗମନ ହୋଇଥାଏ ।
ବାରଣାସୀ ଘାଟରେ ଦୀପ ଦାନ କଲେ ବୌଦ୍ଧ ଭିକ୍ଷୁ - ବାରଣାସୀ ଘାଟରେ ଦୀପ ଦାନ କଲେ ବୌଦ୍ଧ ଭିକ୍ଷୁ
ବାରଣାସୀର ସାରନାଥର ଭଗବାନ ବୁଦ୍ଧଙ୍କ ମନ୍ଦିରରେ ପହଞ୍ଚିଛନ୍ତି ବହୁ ସଂଖ୍ୟାରେ ବୌଦ୍ଧ ଭିକ୍ଷୁ । ଗଙ୍ଗା ଘାଟରେ ଦୀପ ଦାନ କରିବା ସହ ବିଶ୍ବ ଶାନ୍ତି ପାଇଁ କାମନା କରିଛନ୍ତି । ଅଧିକ ପଢନ୍ତୁ..
ସୂଚନା ମୁତାବକ, ବାରଣାସୀର ସାରନାଥର ଭଗବାନ ବୁଦ୍ଧ ପ୍ରଥମ ଉପଦେଶ ଦେଇଥିଲେ । ଏହି ସ୍ଥାନରେ ନିର୍ମାଣ ହୋଇଥିବା ବୁଦ୍ଧଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଭଗବାନ ବୁଦ୍ଧଙ୍କର ଦାନ୍ତ ମଧ୍ୟ ରହିଛି। କାର୍ତ୍ତିକ ପୂର୍ଣ୍ଣିମାକୁ ଏହି ମନ୍ଦିରର ସ୍ଥାପନା ଦିବସ ଭାବେ ପାଳନ କରାଯାଇଥାଏ । ଏଥିପାଇଁ ଶ୍ରୀଲଙ୍କା, ଭିଏତନାମ, ମିଆଁମାର ସମେତ ଅନ୍ୟ ବଡବଡ ଦେଶରୁ ବୌଦ୍ଧ ଶ୍ରଦ୍ଧାଳୁ ମାନେ ଆସି ସାରନାଥରେ ପହଞ୍ଚିଥାନ୍ତି । ସେନେଇ ଚଳିତ କାର୍ତ୍ତିକ ପୂର୍ଣ୍ଣମୀର ଏକ ଦିନ ପୂର୍ବରୁ କାଶୀରେ ଅନେକ ସଂଖ୍ଯାରେ ବୌଦ୍ଧ ଶ୍ରଦ୍ଧାଳୁ ପହଞ୍ଚି ଘାଟରେ ଦୀପ ଦାନ କରିବା ସହ ବିଶ୍ବ ଶାନ୍ତି ପାଇଁ କାମନା କରିଛନ୍ତି ।
ଦୀପଦାନ କରୁଥିବା ବୌଦ୍ଧ ଭିକ୍ଷୁ କହିଛନ୍ତି ଯେ, ସେ ନିଜ ଧର୍ମ ଅନୁରୂପ ସାରନାଥରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଆସିଛନ୍ତି । ଦେବ ଦୀପାବଳି ଅବସରରେ ଦେବ ଦୀପାବଳି ପାଳନ ହେବା ନେଇ ଜାଣିବାପରେ ସେମାନେ ବାରଣାସୀ ଘାଟରେ ପହଞ୍ଚି ଦୀପ ଦାନ କରିଥିଲେ । ତାଙ୍କର ବିଶ୍ବାସ ରହିଛି ଗଙ୍ଗା ଘାଟରେ ଦୀପ ସାହାଯ୍ୟରେ ସତ୍ୟ ଓ ନିଜ ଧର୍ମ ସହ ଯୋଡି ହୋଇଥିବା ସମସ୍ତ ଚିହ୍ନ ପ୍ରସ୍ତୁତ କରିଥିଲେ ଓ ତନ୍ତ୍ର ସାଧନା କରି ନିଜ ମନୋକାମନା ସହ ବିଶ୍ବ ଶାନ୍ତି କାମନା କରିଥିଲେ ।