ଓଡିଶା

odisha

ETV Bharat / bharat

ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିବ ବସପା: ମାୟାବତୀ - ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିବ ବସପା

ଯଦି ସରକାର କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି , ତେବେ ବିଏସପି ଏହି ନିଷ୍ପତ୍ତିକୁ ସ୍ବାଗତ କରିବ । ଅଧିକ ପଢନ୍ତୁ...

BSP welcome government's decision to extend lockdown period says mayabatti
ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ବାଗତ କରିବ ବସପା: ମାୟାବତୀ

By

Published : Apr 11, 2020, 6:50 PM IST

ଲକ୍ଷ୍ନୌ: ଦେଶରେ କୋରୋନାର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଘୋଷିତ ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ଅପିଲ କରିଛନ୍ତି । ଏପରିସ୍ଥଳେ ଶନିବାର ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଯଦି ସରକାର କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି , ତେବେ ବିଏସପି ଏହି ନିଷ୍ପତ୍ତିକୁ ସ୍ବାଗତ କରିବ ।

ମାୟାବତୀ ଟ୍ବିଟ୍‌ କରି କହିଛନ୍ତି ଯେ, କୋରୋନା ଭାଇରସର ଘାତକ ପ୍ରକୋପକୁ ପ୍ରତିହତ କରିବା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଜାରି ହୋଇଛି । ସରକାର ଯଦି ଏହାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ସମସ୍ତଙ୍କ ଦିଗକୁ ଗଭୀର ଭାବେ ସମୀକ୍ଷା କରି ଜନତାଙ୍କ ହିତକୁ ଦୃଷ୍ଟିରେ ନିଷ୍ପତ୍ତି ନିଅନ୍ତି ତେବେ ବିଏସପି ଏହାକୁ ସ୍ବାଗତ କରିବ ।

ସେ ଆହୁରି ମଧ୍ୟ ଲେଖିଛନ୍ତି କି ଏଭଳି ଜାତୀୟ ସଙ୍କଟ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତି, ଧର୍ମ, ଦଳଗତ ରାଜନୀତିରୁ ଊର୍ଦ୍ଧ୍ବକୁ ଆସି ନିଷ୍ପତ୍ତି ନିଅନ୍ତୁ । ବିଶେଷ କରି ଗରିବ, ଅସହାୟ, ଦିନ ମଜୁରିଆ ଏବଂ ଚାଷୀଙ୍କ ହିତ ଏବଂ ସେମାନଙ୍କୁ ସହାୟତା ଯୋଗାଇବା ଦିଗରେ ଧ୍ୟାନ ଦେବାକୁ ସେ ଅପିଲ କରିଛନ୍ତି ।

ସେ ଆଉ ଏକ ଟ୍ବିଟରେ ମଧ୍ୟ ଲେଖିଛନ୍ତି କୋରୋନା ଭାଇରସ ସହ ଲଢୁଥିବା ସମସ୍ତ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀଙ୍କ ବ୍ୟତୀତ ଦେଶ ସେବାରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସୁରକ୍ଷା ସହ ପାରିବାରିକ ସୁରକ୍ଷା ଦେବା ଦିଗରେ କେନ୍ଦ୍ର ସରକାରଙ୍କୁ ତତ୍ପରତା ଦେଖାଇବା ଉଚିତ୍‌ । ଯଦ୍ବାରା ସେମାନଙ୍କ ମନୋବଳ ମଧ୍ୟ ଉତ୍ସାହିତ ହେବ ।

@IANS

ABOUT THE AUTHOR

...view details