ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଏସପି । ଚାଷୀଙ୍କ ପ୍ରତି ସରକାର ଆପଣାଇଥିବା ଆଭିମୁଖ୍ୟକୁ ଦଳର ସାଂସଦ ସତୀଶ ଚନ୍ଦ୍ର ମିଶ୍ର ନିନ୍ଦା କରିଛନ୍ତି । ଏହାସହ କୃଷି ଆଇନକୁ ରଦ୍ଦ କରିବାକୁ ସେ ରାଜ୍ୟସଭାରେ କହିଛନ୍ତି ।
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ଏପରି କହିଛନ୍ତି । ଏହି ସମୟରେ ସାଂସଦ କହିଛନ୍ତି, ‘ବିଜେପି ସରକାର ଚାଷୀ ଆନ୍ଦୋଳନ କରୁଥିବା ସ୍ଥାନରେ ଯବାନଙ୍କୁ ମୁତୟନ କରିଛନ୍ତି । ସେମାନଙ୍କ ଉପରେ ଟିୟର ଗ୍ୟାସ ଓ ପାଣି ପକାଉଛନ୍ତି । ଖାଦ୍ୟ ସାମଗ୍ରୀକୁ ପଠାଇବା ବନ୍ଦ କରିଛନ୍ତି । ଏପରିକି ଶୌଚାଳୟ ମଧ୍ୟ ବନ୍ଦ କରିଛନ୍ତି । ସେମାନେ ଆନ୍ଦୋଳନକାରୀଙ୍କ ମଧ୍ୟରେ ମହିଳା ଥିବା କଥା ମଧ୍ୟ ଭାବି ନାହାଁନ୍ତି । ଏହା ମାନବାଧିକାରର ଉଲଘଂନ ନୁହେଁକି ?’