ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାରେ କଂଗ୍ରେସକୁ ଝଟକା ଲାଗିଛି । ମାମଲାର ଶୁଣାଣି କରି ହାଇକୋର୍ଟ ବାଚସ୍ପତିଙ୍କୁ ନୋଟିସ ପଠାଇଛନ୍ତି । ବିଏସପି ଓ ବିଜେପି ବିଧାୟକ ମଦନ ଦିଲାବର ଦାଖଲ କରିଥିବା ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କୁ ନୋଟିସ ପଠାଇଛନ୍ତି ।
ସୂଚନାଥାଉକି, ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ବିଏସପି । ବିଏସପି ମହାସଚିବ ସତୀଶ ମିଶ୍ରା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ପୂର୍ବରୁ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବାକୁ ନେଇ ବିଜେପି ବିଧାୟକ ମଦନ ଦିଲାବର ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ବାଚସ୍ପତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ସେନେଇ ଯାଚିକାରେ ଉଲ୍ଲେଖ ଥିଲା ।
2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିବା ଦାବି କରିଛନ୍ତି । ଏହାସହ ସେମାନେ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।