ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ କ୍ରମଶଃ ପ୍ରତିବାଦ କମୁଥିବାବେଳେ କଠୋର ହୋଇଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ବିଧାୟକ ରାମବାଇ ପରିହାର କେନ୍ଦ୍ରସରକାରଙ୍କ ଏହି ଆଇନକୁ ସମର୍ଥନ ଜଣାଇଥିବାରୁ ତାଙ୍କୁ ବିଏସପିରୁ ବିଦା କରିଛନ୍ତି ପାର୍ଟି ସୁପ୍ରିମୋ ।
ସିଏଏକୁ ସମର୍ଥନ କରିବାରୁ ବିଏସପିରୁ ବିଦା ହେଲେ ବିଧାୟକ - ବିଏସପିରୁ ବିଦା ହେଲେ ବିଧାୟକ
ମୋଦିଙ୍କ ଉପରେ ରାଗିଛନ୍ତି ମାୟା । କେନ୍ଦ୍ରସରକାରଙ୍କ ସମସ୍ତ ଆଇନକୁ ବିରୋଧ କରିଆସୁଥିବା ବିଏସପି ମୁଖ୍ୟ ମାୟାବତୀ ସିଏଏକୁ ନେଇ ହୋଇଛନ୍ତି କଠୋର । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବାରୁ ବିଧାୟକ ରାମବାଇ ପରିହାରଙ୍କୁ ଦଳରୁ ବହିଷ୍କାର କରିଛନ୍ତି ପାର୍ଟି ସୁପ୍ରିମୋ ।
Ramabai Parihar has been suspended
ମଧ୍ୟପ୍ରଦେଶର ପଠାରିଆ ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି ରାମବାଇ । ନାଗରିକତା ସଂଶୋଧନ ଆଇନକୁ ବିଧାୟକ ସମର୍ଥନ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ଟ୍ବିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ମାୟାବତୀ । ଏହା ସହିତ ଦଳୀୟ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି ।