ଓଡିଶା

odisha

ETV Bharat / bharat

7 ବିଧାୟକଙ୍କୁ ଦଳରୁ ନିଲମ୍ବିତ କଲେ ମାୟାବତୀ - mayawati suspend rebel mla

ରାଜ୍ୟସଭା ନିର୍ବାଚନରେ ​​ବିଦ୍ରୋହ କରିଥିବା 7 ଜଣ ବିଧାୟକଙ୍କୁ ବହୁଜନ ସମାଜ ପାର୍ଟି (ବିଏସପି) ନିଲମ୍ବିତ କରିଛି । ବିଏସପି ସଭାପତି ମାୟାବତୀ ବିଧାୟକଙ୍କ ନିଲମ୍ବନ ଘୋଷଣା କରିଛନ୍ତି।

ମାୟାବତୀ
ମାୟାବତୀ

By

Published : Oct 29, 2020, 2:34 PM IST

ଲକ୍ଷ୍ନୌ: ରାଜ୍ୟସଭା ନିର୍ବାଚନରେ ​​ବିଦ୍ରୋହ କରିଥିବା 7 ଜଣ ବିଧାୟକଙ୍କୁ ବହୁଜନ ସମାଜ ପାର୍ଟି (ବିଏସପି) ନିଲମ୍ବିତ କରିଛି । ବିଏସପି ସଭାପତି ମାୟାବତୀ ବିଧାୟକଙ୍କ ନିଲମ୍ବନ ଘୋଷଣା କରିଛନ୍ତି । ବିଏସପି ବିଧାୟକ ଅସଲମ ରାଇନି, ଅସଲମ ଅଲି, ମୁଜତାବା ସିଦ୍ଦିକି, ହାକିମ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବଏବଂ ଭନ୍ଦନା ସିଂଙ୍କୁ ଦଳରୁ ନିଲମ୍ବିତ ହୋଇଛନ୍ତି।

ବିଏସପି ସଭାପତି ମାୟାବତୀ କହିଛନ୍ତି ଯେ ଏମଏଲସି ନିର୍ବାଚନରେ ​​ସେ ଏସପିର ଅନ୍ୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ଗୁରୁତ୍ବ ଦେବେ। ଏଥିପାଇଁ ଯଦି ଆମକୁ ବିଜେପିକୁ ଭୋଟ୍ ଦେବାକୁ ପଡିବ, ତେବେ ଆମେ ଦେବୁ। ମାୟାବତୀ କହିଛନ୍ତି ଯେ 1995 ମାମଲା ପ୍ରତ୍ୟାହାର କରିବା ଆମର ବଡ ଭୁଲ୍ । ଏହାସହ ମାୟାବତୀ ସମାଜବାଦି ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ମୋ ଦଳ ନିଷ୍ପତ୍ତି ନେଇଛି, ଯଦି ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ନିର୍ବାଚନରେ ​​ସୁଯୋଗ ଦେଉଛନ୍ତି ତେବେ ବିଏସପି ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଏସପି ଶାସନ ସମୟରେ ମାଫିଆ ଏବଂ ଗୁଣ୍ଡା କିପରି ରାଜ୍ୟକୁ ଶାସନ କରୁଥିଲେ ତାହା ସମସ୍ତେ ଜାଣନ୍ତି। ସେମାନେ ପୁନର୍ବାର ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ।

ପ୍ରକାଶଥାଉକି, ରାଜ୍ୟସଭା ନିର୍ବାଚନ ସମୟରେ 7 ଜଣ ବିଏସପି ବିଧାୟକ ବିଦ୍ରୋହ କରିଥିଲେ। ସମସ୍ତ ବିଦ୍ରୋହୀ ବିଧାୟକ ଶୀଘ୍ର ଏସପିରେ ଯୋଗ ଦେଇପାରିବେ ବୋଲି ବିଶ୍ବାସ କରାଯାଉଥିଲା, ତେବେ ଏହା ପୂର୍ବରୁ ମାୟାବତୀ ତାଙ୍କୁ ଦଳରୁ ବହିସ୍କାର କରିଛନ୍ତି ।

ABOUT THE AUTHOR

...view details