ଓଡିଶା

odisha

ETV Bharat / bharat

‘ଟଙ୍କା କିପରି ଖର୍ଚ୍ଚ ହେବ, କୋର୍ଟରେ ଏହାର ନିଷ୍ପତ୍ତ ହୁଏନାହିଁ’

ଷ୍ଟାଚ୍ୟୁ ନିର୍ମାଣରେ ସରକାରୀ ଅର୍ଥ ଖର୍ଚ୍ଚ କରିବା ମାମଲାରେ ସତ୍ୟପାଠ ଦାଖଲ କଲେ ମାୟାବତୀ । ଲୋକଙ୍କ ଇଚ୍ଛାର ପ୍ରତିଫଳନ ଭାବରେ ସେ ଏହାକୁ ଦର୍ଶାଇଛନ୍ତି ।

By

Published : Apr 2, 2019, 2:13 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନିଜର ଏବଂ ହାତୀର ଷ୍ଟାଚ୍ୟୁ ନିର୍ମାଣରେ ସରକାରୀ ଅର୍ଥ ଖର୍ଚ୍ଚ କରିବା ମାମଲାରେ ସୁପ୍ରିମକୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଷ୍ଟ୍ୟଚ୍ୟୁ ନିର୍ମାଣକୁ ଠିକ ବୋଲି ଦର୍ଶାଇଛନ୍ତି ସେ। ଏହା ଲୋକଙ୍କ ଇଚ୍ଛାକୁ ପ୍ରତିଫଳିତ କରୁଥିବା ମାୟାବତୀ କହିଛନ୍ତି ।

ମାୟାବତୀଙ୍କ କହିବା କଥା ହେଲା, ବିଧାନସଭାର ଇଚ୍ଛାକୁ ସେ ଉଲଂଘନ କିପରି କରିବେ । ଏହି ଷ୍ଟାଚ୍ୟୁ ମାଧ୍ୟମରେ ବିଧାନମଣ୍ଡଳର ଦଳିତ ନେତାଙ୍କ ପ୍ରତି ଆଦର ବ୍ୟକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଥିବାବେଳେ ଷ୍ଟାଚ୍ୟୁ ପାଇଁ ହୋଇଥିବା ବଜେଟର ସଠିକ ଆବଣ୍ଟର ହୋଇଥିବା ଦର୍ଶାଇଛନ୍ତି ମାୟାବତୀ ।

ଶିକ୍ଷା କ୍ଷେତ୍ରରେ କି ସ୍ବାସ୍ଥ୍ୟ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହେବ କି ଆଉ ଷ୍ଟାଚ୍ୟୁ ନିର୍ମାଣରେ ଖର୍ଚ୍ଚ କରାଯିବ, ଅଦାଲତରେ ଏ ନିଷ୍ପତ୍ତି ହୁଏ ନାହିଁ ବୋଲି ମାୟାବତୀ କହିଛନ୍ତି । ସେହିପରି ତିଆରି ହୋଇଥିବା ହାତୀ ପ୍ରତିମୂର୍ତ୍ତିକୁ ବସ୍ତୁଶିଳ୍ପ ଭାବରେ ଅବିହିତ କରିଛନ୍ତି ସେ । ଦଳୀୟ ଚିହ୍ନକୁ ପ୍ରତିନିଧିତ୍ବ କରିବା ଭଳି କିଛି ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି ।

ABOUT THE AUTHOR

...view details