ଓଡିଶା

odisha

ETV Bharat / bharat

ଚୀନକୁ ଝଟକା: BSNL ଓ MTNL ରଦ୍ଦ କଲେ 4G ଟେଣ୍ଡର

ଚୀନକୁ ଆଉ ଏକ ଝଟକା । BSNL ଓ MTNL ଚୀନ ସହ କରିଥିବା 4G ଟେଣ୍ଡରକୁ ରଦ୍ଦ କରିଛନ୍ତି । ବର୍ତ୍ତମାନ ପୁଣି ନୂଆ ଟେଣ୍ଡର ପ୍ରସ୍ତୁତ କରାଯିବ । ଚୀନର କମ୍ପାନୀ ଗୁଡିକରୁ ସାମଗ୍ରୀ କିଣିବାକୁ ସରକାର BSNL ଓ MTNL କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନକୁ ଲାଗିଲା ଝଟକା
ଚୀନକୁ ଲାଗିଲା ଝଟକା

By

Published : Jul 1, 2020, 4:31 PM IST

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା । BSNL ଓ MTNL ଚୀନ ସହ କରିଥିବା 4G ଟେଣ୍ଡରକୁ ରଦ୍ଦ କରିଛନ୍ତି । ବର୍ତ୍ତମାନ ପୁଣି ନୂଆ ଟେଣ୍ଡର ପ୍ରସ୍ତୁତ କରାଯିବ । ଚୀନର କମ୍ପାନୀ ଗୁଡିକରୁ ସାମଗ୍ରୀ କିଣିବାକୁ ସରକାର BSNL ଓ MTNL କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଟେଣ୍ଡର ବାତିଲ ହୋଇଛି।

ଟେଲିକମ୍ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଚୀନର କମ୍ପାନୀ ଗୁଡିକ ଦ୍ବାରା ପ୍ରସ୍ତୁତ ଉପକରଣଗୁଡିକ 4G ସୁବିଧା ନବୀକରଣରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ପୁରା ଟେଣ୍ଡରକୁ ପୁନର୍ବାର ଆରମ୍ଭ କରାଯିବା ଉଚିତ୍ । ସମସ୍ତ ବେସରକାରୀ ସେବା ଅପରେଟରଙ୍କୁ ଶୀଘ୍ର ଚୀନର ଉପକରଣ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯିବ ।

ପୂର୍ବରୁ MTNL ଓ BSNL 4G ନେଟୱାର୍କ ପାଇଁ ଚୀନର ସାମଗ୍ରୀ ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ବ୍ୟତୀତ ଚୀନକୁ ଆଉ ଏକ ଝଟକା ଦେବା ପାଇଁ ରେଳବିଭାଗ 471 କୋଟି ଟଙ୍କା ମୂଲ୍ୟର ସିଗନାଲିଙ୍ଗ୍ ପ୍ରୋଜେକ୍ଟକୁ ବାତିଲ କରିଦେଇଛି। ଏହାସହ MMRDA ମୋନେରେଲ୍ ସହିତ ଜଡିତ ଚୀନର 2 କମ୍ପାନୀର ଟେଣ୍ଡରକୁ ବାତିଲ କରିଦେଇଛି ।

ଏହାବ୍ୟତୀତ MMRDA 10 ଟି ମୋନେରେଲ୍ ର୍ୟାକ୍ ନିର୍ମାଣ ପାଇଁ ବିଡ୍ ମଧ୍ୟ ବାତିଲ୍ କରାଯାଇଛି । ଏପରିକି ଚୀନ କମ୍ପାନୀ ସହ ଥିବା ମେରଟ ରାପିଡ୍ ରେଳର ଟେଣ୍ଡରକୁ ମଧ୍ୟ ବାତିଲ କରାଯାଇଛି । ମହାରାଷ୍ଟ୍ର ସରକାର ତାଲେଗାଓଁରେ ଗ୍ରେଟ୍ ୱାଲର ଟେଣ୍ଡର ବାତିଲ କରିଛନ୍ତି। ଚାଇନିଜ କମ୍ପାନୀ ଗୁଡିକ ପାଇଁ ହରିୟାଣା ସରକାର 780 କୋଟି ଟଙ୍କାର ଅର୍ଡର ବାତିଲ କରିଛନ୍ତି ।

ABOUT THE AUTHOR

...view details