ଓଡିଶା

odisha

ETV Bharat / bharat

ବଡଧରଣର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପଣ୍ଡ କଲା ବିଏସଏଫ ଯବାନ - ଅସ୍ତ୍ରଶସ୍ତ୍ର ଚୋରା କାରବାର

ଭାରତ ପାକିସ୍ତାନ ବୋର୍ଡର ପଞ୍ଜାବ ଫିରୋଜପୁର ନିକଟରେ BSF କୁ ବଡ ସଫଳତା । 3ଟି AK-47, 6 ରାଉଣ୍ଡ ମାଗାଜିନ, 91 ରାଉଣ୍ଡ ଗୁଳି, 2 ଟି M-16 ରାଇଫଲ ଓ 20 ରାଉଣ୍ଡ 7.63 MM ଗୁଳି ଜବତ ହୋଇଛି । ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କଲା ସୁରକ୍ଷା ବାହିନୀ ।

ବଡ ଧରଣର ଅସ୍ତ୍ରଶସ୍ତ୍ର ଚୋରା କାରବାରର ଭାଣ୍ଡାଫୋଡ କଲେ ବିଏସଏଫ ଯବାନ
ବଡ ଧରଣର ଅସ୍ତ୍ରଶସ୍ତ୍ର ଚୋରା କାରବାରର ଭାଣ୍ଡାଫୋଡ କଲେ ବିଏସଏଫ ଯବାନ

By

Published : Sep 12, 2020, 2:52 PM IST

Updated : Sep 12, 2020, 9:54 PM IST

ଚଣ୍ଡିଗଡ: ପଞ୍ଜାବ ଫିରୋଜପୁର ନିକଟରେ BSF କୁ ବଡ ସଫଳତା । ପଞ୍ଜାବ ଫିରୋଜପୁର ଜିଲ୍ଲାର ଅବୋହାରରେ ଥିବା ଭାରତ-ପାକ୍ ସୀମାରେ ବିଏସଏଫ ଯବାନଙ୍କ ଦ୍ୱାରା ଏକ ବଡ ଧରଣର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରାଯାଇଛି ।

ବଡଧରଣର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପଣ୍ଡ କଲା ବିଏସଏଫ ଯବାନ

ବିଏସଏଫ ଯବାନମାନେ 3ଟି ଏକେ 47, 6ଟି ମାଗାଜିନ, 91 ରାଉଣ୍ଡସ, 2ଟି ଏମ16 ରାଇଫଲ, 4ଟି ମାଗାଜିନ ଏବଂ 57 ରାଉଣ୍ଡ୍ସ, ଦୁଇଟି ପିସ୍ତଲ, 4ଟି ମାଗାଜିନ୍ ଏବଂ 20 ରାଉଣ୍ଡ୍ସ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

ସୀମାରେ ଏହା ପ୍ରଥମ ଚୋରା ଚାଲାଣ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ବହୁ ଥର ସୀମାରେ ଏହିଭଳି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କହିଛନ୍ତି ବିଏସ୍ଏଫ୍ ସେକ୍ଟର ଡିଜି ଯଶୋବନ୍ତ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2020, 9:54 PM IST

ABOUT THE AUTHOR

...view details