ଓଡିଶା

odisha

ETV Bharat / bharat

ବଢିବ ବିଏସଏଫର ଶକ୍ତି, ମିଳିବ 436 ଟି ଡ୍ରୋନ୍‌-ଆଣ୍ଟି ଡ୍ରୋନ ସିଷ୍ଟମ - bsf to undergo tech upgradation

436 ଟି ଛୋଟ ଏବଂ ମାଇକ୍ରୋ ଡ୍ରୋନ୍‌ ଏବଂ ଆଣ୍ଟି ଡ୍ରୋନ ସିଷ୍ଟମକୁ ଅନୁମୋଦନ ମିଳିଛି । ଏହାକୁ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ କରାଯିବ ।

ବଢିବ ବିଏସଏଫର ଶକ୍ତି,  ମିଳିବ  436 ଟି ଡ୍ରୋନ୍‌-ଆଣ୍ଟି ଡ୍ରୋନ ସିଷ୍ଟମ
ବଢିବ ବିଏସଏଫର ଶକ୍ତି, ମିଳିବ 436 ଟି ଡ୍ରୋନ୍‌-ଆଣ୍ଟି ଡ୍ରୋନ ସିଷ୍ଟମ

By

Published : Aug 23, 2020, 5:48 PM IST

ନୂଆଦିଲ୍ଲୀ: ରାକେଶ ଆସ୍ଥାନା ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ବିଏସଏଫର ବୈଷୟିକ ନବୀକରଣ ଆରମ୍ଭ ହୋଇଛି। 436 ଟି ଛୋଟ ଏବଂ ମାଇକ୍ରୋ ଡ୍ରୋନ୍‌ ଏବଂ ଆଣ୍ଟି ଡ୍ରୋନ ସିଷ୍ଟମକୁ ଅନୁମୋଦନ ମିଳିଛି । ଏହାକୁ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ କରାଯିବ । ଏହି ଡ୍ରୋନ୍‌ ପଞ୍ଜାବ ଏବଂ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ପରିବହନ କରୁଥିବା ଯେକୌଣସି ଡ୍ରୋନ୍‌କୁ ମାରି ଖସାଇ ପାରିବ ।

କମ୍ପ୍ରେନ୍‌ସିଭ ଇଣ୍ଟିଗ୍ରେଟେଡ୍ ବର୍ଡର ମ୍ୟାନେଜମେଣ୍ଟ (ସିବିଏମ୍ଏମ୍) ଯୋଜନା ଅନୁଯାୟୀ, ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ବିଏସଏଫ ଦ୍ବାରା ପରିଚାଳିତ ସମସ୍ତ 1923 ସୀମା ଚେକପୋଷ୍ଟକୁ ସେନ୍ସର, ସିସିଟିଭି ଏବଂ ଡ୍ରୋନ୍ ଫିଡ୍ ଯୋଗାଇ ଦିଆଯିବ। ସେଥିମଧ୍ୟରୁ 1,500 ଚେକପୋଷ୍ଟ ସୀମାରେ ନଜର ରଖିବାର କାର୍ଯ୍ୟ କରିବ ଏବଂ ଆଣ୍ଟି ଡ୍ରୋନ୍ ସିଷ୍ଟମ ବ୍ୟବହାର କରିବାରେ ସକ୍ଷମ ହେବ ।

ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଛୋଟ ଏବଂ ମାଇକ୍ରୋ ଡ୍ରୋନ୍ ପାଇଁ ପ୍ରାୟ 88 କୋଟି ଟଙ୍କା ଖର୍ଚ୍ଚ ହେବ । ସୁରକ୍ଷା ଏଜେନ୍ସି ସହାୟତାରେ ବିଏସଏଫ ବର୍ତ୍ତମାନ ସମ୍ବେଦନଶୀଳ ପଞ୍ଜାବ ସୀମାରେ ସ୍ବଦେଶୀ ଆଣ୍ଟି ଡ୍ରୋନ୍ ପ୍ରଣାଳୀର ପରୀକ୍ଷା କରୁଛି। ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଚୀନର ଡ୍ରୋନ୍ ବ୍ୟବହାର କରି ପଞ୍ଜାବର ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଜମ୍ମୁ କାଶ୍ମୀରର ଜିହାଦୀମାନଙ୍କୁ ରାଇଫଲ, ପିସ୍ତଲ ଏବଂ ଗ୍ରେନେଡ ଯୋଗାଉଛି।

ତେବେ ରାକେଶ ଆସ୍ଥାନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ମହାନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ମଧ୍ୟ ସମ୍ଭାଳୁଛନ୍ତି । ଏହାପରେ ଆଫଗାନିସ୍ତାନର ଡ୍ରଗ୍ସ ପାକିସ୍ଥାନ ସୀମା ଅତିକ୍ରମ ନକରିବା ପାଇଁ ବିଏସଏଫର ଗୁଇନ୍ଦା ବିଭାଗ ମଧ୍ୟ ସକ୍ରିୟ ରହିଛି। ଏନେଇ ଉଭୟ ପଞ୍ଜାବ, ଜମ୍ମୁ କାଶ୍ମୀରରେ ସୀମା ପାର ହୋଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ତଥା ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ବିଏସଏଫ ଏବଂ ଏନସିବି ମଧ୍ୟରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।

ABOUT THE AUTHOR

...view details