ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହେବାପରେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳୁଛି । ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପ୍ରତିଶ୍ରୃତିବଦ୍ଧ ଦେଶବାସୀଙ୍କ ମୁହଁରେ ବଦଲାର ଭାଷା । ଏହି ଘଟଣା ପରେ ଚାରିଆଡେ ଶୋକାକୁଳ ପରିବେଶ । ଲୁହରେ ଲହୁରେ କଟୁଛି ଦିନ । ଶହୀଦଙ୍କ ମରଶରୀରର ଅନ୍ତିମ ଦର୍ଶନ ପାଇଁ ଚାରୁଆଡୁ ଛୁଟୁଛି ଲୋକଙ୍କ ସୁଅ ।
ଏହାଭିତରେ ଏଭଳି ଏକ ଖବର ଆସିଛି ଯାହା ପଢିଲା, ଶୁଣିଲା ପରେ ଅଖିରୁ ଆପେ ଆପେ ଝରିଯିବ ଲୁହ । ବିହାର ସାସାରାମରେ ଶହୀଦ ଯବାନଙ୍କ ମରଶରୀରକୁ ନେଉଥିବା ସମୟରେ ଜଣେ ଯବାନ ହୃଦଘାତରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ଶବାଧାରରକୁ ଦେଖି ନିଜ ଧୈର୍ଯ୍ୟଚ୍ୟୁତ ହୋଇଯାଇଥିଲା ତାଙ୍କର । ମନରେ ଅସ୍ଥିରତା ଆସିଥିଲା ଏହି ଘଟଣାକୁ ଦେଖି ସହିପାରିନଥିଲେ ଯବାନ ନିତ୍ୟାନନ୍ଦ ସିଂ । ଏକା ସଙ୍ଗେ ୪୦ ସାଥୀଙ୍କ ଶବକୁ ଦେଖି ବିଏସଏଫରର ଯବାନ ନିତ୍ୟାନନ୍ଦ ସିଂ ଭାଙ୍ଗିପଡ଼ିଥିଲେ ଏହା ଫଳରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଜଣାଯାଇଛି ଯେ ପୁଲୱାମାରେ ଶହୀଦ କିଛି ଯବାନ ନିତ୍ୟାନନ୍ଦଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ ।