ନୂଆଦିଲ୍ଲୀ: ଗୁଳିରେ ଖସିଲା ପାକ୍ ଡ୍ରୋନ୍ । ଜମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମା ନିକଟରେ ଶନିବାର ଗୁଳିକରି ପାକିସ୍ତାନୀ ଡ୍ରୋନକୁ ଖସାଇଛି ବିଏସଏଫ୍। ଡ୍ରୋନଟି ଉପରେ କାଠୁଆ ଜିଲ୍ଲାର ହିରାନଗର ତାଲୁକା ଅନ୍ତର୍ଗତ ଡ୍ରୋନ୍ ଫରୱାର୍ଡ ପୋଷ୍ଟରେ ଗୁଳି ମାଡ ହୋଇଥିଲା।
ସୂଚନା ଅନୁସାରେ ,19 ବାଟାଲିୟନର ବିଏସଏଫ ପାଟ୍ରୋଲିଂ ପାର୍ଟି ହିରାନଗର ସେକ୍ଟରର ରାଥୁଆ ଅଞ୍ଚଳରେ ଏକ ପାକିସ୍ତାନୀ ଡ୍ରୋନ୍ ଉଡୁଥିବା ଦେଖିଥିଲେ। ଏହାପରେ ଫୋର୍ସ ଆଠରୁ ନଅ ରାଉଣ୍ଡ ଗୁଳି ଚଳାଇ ଡ୍ରୋନଟିକୁ ଖସାଇଥିଲେ।