ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ)ନିଜର 55ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । 1965 ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ବିଏସଏଫ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, ବିଏସଏଫର ପ୍ରତିଷ୍ଠା ଦିବସରେ ସମସ୍ତ ବିଏସଏଫ କର୍ମୀ ଏବଂ ତାଙ୍କ ପରିବାରକୁ ଶୁଭେଚ୍ଛା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସେବା ହେଉ ଅବା ଦେଶର ସୁରକ୍ଷା ଦିଗରେ ଏହି ଯବାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୋଦି କହିଛନ୍ତି ।
ବିଏସଏଫ ପାଳୁଛି 55ତମ ପ୍ରତିଷ୍ଠା ଦିବସ - 55th bsf raising day
ସୀମା ସୁରକ୍ଷା ବଳ (ବିଏସଏଫ)ନିଜର 55ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଆଜି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ସେପଟେ ଏହି ଅବସରରେ ଆଜି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହଂ ବିଏସଏଫ ମହାନିର୍ଦ୍ଦେଶକ ବିବେକ କୁମାର ଜୌହରିଙ୍କ ସମେତ ଅନେକ ବିଏସଏଫ କର୍ମୀ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିବେକ କୁମାର କହିଛନ୍ତି, ସୀମାରେ ଲଗାତାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ଯାହାକୁ ରୋକିବା ପାଇଁ ଆମେ ଦିନରାତି ପ୍ରୟାସ କରୁଛୁ । ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଡ୍ରୋନର ବ୍ୟବହାର ମଧ୍ୟ ହେଉଛି ବୋଲି ସେ କହିଛନ୍ତି ।
ତେବେ ସରକାର ଯବାନଙ୍କୁ ନିଜ ପରିବାର ସହ ଦିନ କାଟିବା ପାଇଁ ବାର୍ଷିକ 100 ଦିନର ଛୁଟି ମଞ୍ଜୁର କରିବା ପାଇଁ ପ୍ରୟାସ କରୁଛନ୍ତି। ବିଏସଏଫ ଯବାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି ବୋଲି ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ।