ଓଡିଶା

odisha

ETV Bharat / bharat

କାର୍ଗିଲ ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଏସଏଫ ଯବାନ - kargil heroes

କାର୍ଗିଲ ଯୁଦ୍ଧରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଏସଏଫ୍ ଯବାନ । ଚଳିତ ବର୍ଷ ଏହି ବିଜୟ ଦିବସ ଜୁଲାଇ 20 ରୁ 26 ତାରିଖ ମଧ୍ୟରେ ପାଳନ କରାଯାଉଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 23, 2019, 4:59 PM IST

ବୁଡଗାମ: କାର୍ଗିଲ ବିଜୟ ଦିବସକୁ ପୁରିବ 20 ବର୍ଷ । ଏହି ଅବସରରେ ଯୁଦ୍ଧରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଏସଏଫ୍ ଯବାନ । ଚଳିତ ବର୍ଷ ଏହି ବିଜୟ ଦିବସ ଜୁଲାଇ 20 ରୁ 26 ତାରିଖ ମଧ୍ୟରେ ପାଳନ କରାଯାଉଛି ବୋଲି ଆଇଜି ଅଭିନବ କୁମାର କହିଛନ୍ତି ।

ବିଏସଏଫ୍ ଯବାନମାନେ କାର୍ଗିଲ ଯୁଦ୍ଧରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେଣୁ ସେମାନଙ୍କ ବଳିଦାନକୁ କେବେ ଦେଶ ଭୁଲି ପାରିବ ନାହିଁ ବୋଲି ଆଇଜି କହିଛନ୍ତି । ଏହାସହ 1999 ମସିହା ମସିହାରେ ହେଇଥିବା କାର୍ଗିଲ ଯୁଦ୍ଧରେ ବିହାର ଓ ଝାରଖଣ୍ଡ ରାଜ୍ୟର ଅଧିକ ସୈନ୍ୟ ସହିଦ ହୋଇଥିଲେ ।

ଏନେଇ ସୀମାରେ ବିଏସଏଫ ଯବାନ ଏକ ସପ୍ତାହ ବ୍ୟାପି କାର୍ଗିଲ ବିଜୟ ଦିବସ ପାଳନ ପାଇଁ ସ୍ଥିର କରିଛନ୍ତି । ଯାହା 1999 ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟ ହେବ ।

ଖବର ଅନୁଯାୟୀ, 1999 ଜୁଲାଇ 26 ରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରିଥିଲେ । ସେବେଠୁ ଏହି ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ତେବେ ଭାରତୀୟ ସେନା ଦ୍ବାରା ଏହି ଦିବସକୁ ଖୁବ ଗର୍ବର ସହ ପାଳନ କରାଯାଏ ।

ABOUT THE AUTHOR

...view details