ଓଡିଶା

odisha

ETV Bharat / bharat

ଏକାଠି ହେଲେ ଚାଷୀ ଓ ବିଏସଏଫ ଯବାନ, ଭାରତ-ପାକ୍‌ ସୀମା ବାହାରେ ଫଳିବ ଫସଲ

ଆରଏସ ପୁରାରେ ଭାରତ-ପାକିସ୍ତାନ ସୀମାର ବାଡ ବାହାରେ କିଛି ଖାଲି ଜମି ପଡିଥିଲା । ବର୍ଡର ସେପଟେ ଥିବାରୁ ଏଠାରେ କେହି ଚାଷ କରୁନଥିଲେ । ହେଲେ ଏବେ ସେଠାରେ ଫଳିବ ଫସଲ । ଅଧିକ ପଢନ୍ତୁ...

ସୀମାରେ ଚାଷୀଙ୍କୁ ସାଥ ଦେଲେ ବିଏସଏଫ ଯବାନ
ଏକାଠି ହେଲେ ଚାଷୀ ଓ ବିଏସଏଫ ଯବାନ, ଭାରତ-ପାକ୍‌ ସୀମା ବାହାରେ ଫଳିବ ଫସଲ

By

Published : Apr 25, 2020, 11:16 PM IST

ଶ୍ରୀନଗର: ଖାଲି ପଡିଥିବା ଜମିରେ ଏବେ ଫଳିବ ଫସଲ । ଏକାଠି ହୋଇଛନ୍ତି ଯବାନ ଓ ଚାଷୀ । ଦେଶର ସୀମା ଜଗୁଥିବା ଯବାନଙ୍କ ଆଉ ଏକ ମହନତାର ପରିଚୟ । ଜମ୍ମୁ ଓ କାଶ୍ମୀରରେ ଏକ ଖାଲି ପଡିଥିବା ଜମିରେ ଏବେ ଫଳିବ ଫସଲ ।

ଆରଏସ ପୁରାରେ ଭାରତ-ପାକିସ୍ତାନ ସୀମାର ବାଡ ବାହାରେ କିଛି ଖାଲି ଜମି ପଡିଥିଲା । 250 ଏକରର ଜମି ଚକ୍ରୋଇ ଗାଁ ଅଧୀନରେ ଥିବାବେଳେ ବର୍ଡର ସେପଟେ ଥିବାରୁ ଏଠାରେ କେହି ଚାଷ କରୁନଥିଲେ । ଗତ 6 ବର୍ଷ ଧରି ଏହା ଖାଲି ଗୋଚର ଜମି ହୋଇ ପଡିଥିଲା ।

ତେବେ ଏଥିରେ ଫସଲ ଫଳାଇବାକୁ ଉଦ୍ୟମ କରିଛନ୍ତି ବିଏସଏଫ ଯବାନ । ଚକ୍ରୋଇ ଗାଁ ଚାଷୀଙ୍କ ସହ ମିଶି ଏହାକୁ ଚାଷ କରିବାର ନିଷ୍ପତ୍ତି ନେଇଛନ୍ତି ବିଏସଏଫ 36 ବାଟାଲିୟନ ଯବାନ । ଚାଷୀଙ୍କୁ ସୁରକ୍ଷା ଦେବା ସହ ଯବାନ ସେମାନଙ୍କୁ ଏହି କାମରେ ସାହାଯ୍ୟ କରିଛନ୍ତି । ଉତ୍ତମ ଚାଷ ହେବା ସହ ଆଗାମୀ ଦିନରେ 2500 ଗହମ ବ୍ୟାଗ ଅମଳ ହେବ ବୋଲି କମାଣ୍ଡର ଅଜୟ ସୂର୍ଯ୍ୟବଂଶୀ କହିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details