ଓଡିଶା

odisha

By

Published : Jun 10, 2020, 5:17 PM IST

ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ ବିଏସଏଫ ଯବାନ

ବୁଧବାର ଜଣେ ବିଏସଏଫ କନେଷ୍ଟବଳଙ୍କ ଦିଲ୍ଲୀ ଏମ୍ସରେ କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ତିନିଜଣ ବିଏସଏଫ ଯବାନଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

corona
ବିଏସଏଫ ଯବାନଙ୍କ କୋରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ବିଏସଏଫ ଯବାନଙ୍କ କୋରୋନାରେ ମୃତ୍ୟୁ । ବୁଧବାର ଜଣେ ବିଏସଏଫ କନେଷ୍ଟବଳଙ୍କ ଦିଲ୍ଲୀ ଏମ୍ସରେ କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ତିନିଜଣ ବିଏସଏଫ ଯବାନଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବିଏସଏଫ ବିବୃତ୍ତି ଅନୁଯାୟୀ, ଥଣ୍ଡା ଏବଂ ଅସୁସ୍ଥ ଅନୁଭବ କରିବା ପରେ ଯବାନ ଜଣଙ୍କ ଗତ ଜୁନ୍ 5ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ଗତ ମଙ୍ଗଳବାର ବିଏସଏଫ ଏକ ନିର୍ଦ୍ଦେଶରେ କହିଛନ୍ତି, କୋରୋନା ଆକ୍ରାନ୍ତ ଥିବା ଯବାନଙ୍କୁ ଯେଉଁ କମ୍ପୋସାଇଟ ମେଡିକାଲ ଭର୍ତ୍ତି କରିବାକୁ ମନା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯାନୁଯ୍ଠାନ ଗ୍ରହଣ କରାଯିବ ।

ଏହିସହ ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଯେଉଁ ସମସ୍ତ ମେଡିକାଲ କୋରୋନା ରୋଗୀଙ୍କୁ ସିଭିଲ ମେଡିକାଲକୁ ସ୍ଥାନାନ୍ତର କରୁଛନ୍ତି ସେମାନେ କେଉଁ ପରିସ୍ଥିତିରେ ରୋଗୀଙ୍କୁ ସ୍ଥାନାନ୍ତର କଲେ ସେନେଇ ଉତ୍ତର ରଖିବାକୁ ପଡିବ ।

ABOUT THE AUTHOR

...view details