ଓଡିଶା

odisha

ETV Bharat / bharat

ଭାରତ-ପାକ୍ ସୀମା ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କଲେ ବିଏସଏଫ ଡିଜି - BSF DG visits Indo-Pak border

ସୀମା ସୁରକ୍ଷା ବଳ(ବିଏସଏଫ)ର ଡିଜି ଜମ୍ମୁ-କାଶ୍ମୀର ଗସ୍ତ ସାରିଛନ୍ତି । ଜମ୍ମୁରେ ସେ ପାକିସ୍ତାନକୁ ଲାଗିଥିବା ଆନ୍ତର୍ଜାତୀୟ ସୀମା ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସୀମାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏବଂ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ବିଏସ୍ଏଫ୍ ଡିଜି ଅବଗତ ହୋଇଛନ୍ତି ।

BSF DG
BSF DG

By

Published : Jun 1, 2020, 5:44 PM IST

ଶ୍ରୀନଗର: ଲଦାଖରେ ଭାରତ ଏବଂ ଚୀନ୍ ସୀମାରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଡିଜି ଜମ୍ମୁ-କାଶ୍ମୀର ଗସ୍ତ ସାରିଛନ୍ତି । ଜମ୍ମୁରେ ସେ ପାକିସ୍ତାନକୁ ଲାଗିଥିବା ଆନ୍ତର୍ଜାତୀୟ ସୀମା ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସୀମାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏବଂ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ବିଏସ୍ଏଫ୍ ଡିଜି ଅବଗତ ହୋଇଛନ୍ତି ।

ବିଏସଏଫ ଡାଇରେକ୍ଟର ଜେନେରାଲ ଏସ୍ ଏସ୍ ଦେଶୱାଲ୍ 30 ଏବଂ 31 ମେ ରେ ଦୁଇ ଦିନିଆ ଜମ୍ମୁ ଗସ୍ତରେ ଥିଲେ । ଏହି ସମୟରେ ସେ ଜମ୍ମୁରେ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମା ପରିଦର୍ଶନ କରିଥିଲେ ଏବଂ ସେଠାରେ ବର୍ତ୍ତମାନର ସୁରକ୍ଷା ଦୃଷ୍ଟିକୋଣରୁ ସୀମା ପରିଚାଳନାରେ ଜଟିଳତା ଦେଖିଥିଲେ । ଏହି ଭ୍ରମଣ ସମୟରେ ସେ ସୀମା ସୁରକ୍ଷା ପ୍ରାଧାନ୍ୟ ପାଇଁ ଯୋଜନାଗୁଡିକର ସମୀକ୍ଷା ମଧ୍ୟ କରିଥିଲେ।

ଭାରତ-ପାକିସ୍ତାନ ସୀମାରେ ସମ୍ବେଦନଶୀଳ ଅଞ୍ଚଳ ବୁଲି ଦେଖିଥିଲେ ଏବଂ ସେଠାରେ ଥିବା କମାଣ୍ଡୋ ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଡିଜି । ଏହି ଗସ୍ତ ସମୟରେ ବିଏସଏଫ ଅଧିକାରୀମାନେ ସୀମାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ ଏବଂ ଏହି କାର୍ଯ୍ୟ କରିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ସୂଚନା ଦେଇଥିଲେ।

ତାଙ୍କ ଗସ୍ତ ସମୟରେ ବିଏସ୍ଏଫ୍ ଡିଜି ସେଠାରେ ପୋଷ୍ଟ ହୋଇଥିବା ଯବାନ ଏବଂ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବାକୁ କହିଥିଲେ। ଏହି ସମୟରେ, ବିଏସଏଫ ଡିଜି ଭାରତ-ପାକିସ୍ଥାନ ସୀମାକୁ ସବୁଜ ସୀମା କରିବା ପାଇଁ କିଛି ଚାରା ରୋପଣ କରିଥିଲେ ।

ବିଏସଏଫ ଡିଜି ମଧ୍ୟ ଭାରତୀୟ ଚାଷୀଙ୍କ ସୀମାରେ ଚାଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ ବୋଲି ମଧ୍ୟ କହିଛନ୍ତି ।

ABOUT THE AUTHOR

...view details