ଅହମ୍ମଦାବାଦ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ବିଏସଏଫ୍ ମହାନିର୍ଦ୍ଦେଶକ । ଏନେଇ ଦୁଇ ଦିନିଆ ଗୁରୁରାଟ ଗସ୍ତରେ ଯାଇଛନ୍ତି ସୀମା ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକ ଏସଏସ ଦେଶୱାଲ । ଭାରତ-ପାକିସ୍ତାନ ସୀମାରେ ଥିବା କୁଚ ଜିଲ୍ଲାରେ ସେ ଅନ୍ତରାଷ୍ଟ୍ରୀୟ ସୀମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏନେଇ ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଦାୟୀତ୍ବ ସମ୍ଭାଳିବା ପରେ ଦେଶୱାଲ ପ୍ରଥମ ଥର ପାଇଁ ପାକିସ୍ତାନ ସୀମାକୁ ଲାଗିରହିଥିବା କୁଚ ଗସ୍ତ କରିଛନ୍ତି । ସେ ଚଳିଚ ବର୍ଷ ମାର୍ଚ୍ଚ ମାସରେ ବିଏସଏଫର ଡିଜି ଭାବରେ ଦାୟୀତ୍ବ ଗ୍ରହଣ କରିଥିଲେ ।