ବେଙ୍ଗାଲୁରୁ(କର୍ଣ୍ଣାଟକ): ବେଙ୍ଗାଲୁରୁ ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।
ପ୍ରକାଶ ଥାଉ କି, ପାଟନୋଲ ସହରର ମହାବୀର ଘର ନିକଟରେ ଜଣେ ଅଜଣା ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ବେଙ୍ଗାଲୁରୁର ସିଟି ମାର୍କେଟ ପୋଲିସ ସୂଚନା ପାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବା ଲାଗି ଇନ୍ସପେକ୍ଟର କୁମାରସ୍ବାମୀଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ବେଳେ ହେଲମେଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ଅଭିଯୁକ୍ତ ଧରାପଡିଥିଲା । ଅଭିଯୁକ୍ତ ଜଣକ ହେଲମେଟରେ ପାଖପାଖି 900 ଗ୍ରାମ ବ୍ରାଉନସୁଗାର ରଖିଥିଲା ।