ଓଡିଶା

odisha

ETV Bharat / bharat

ଭାଇକୁ ମନେ ପକାଇ ବନ୍ଧୁକରେ ରାକ୍ଷୀ ବାନ୍ଧିଲା ଭଉଣୀ - rakhi

ଭାଇକୁ ଝୁରୁଛି ଭଉଣୀ । ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଭାଇକୁ ମନେପକାଇ ବନ୍ଧୁକରେ ରାକ୍ଷୀ ବାନ୍ଧିଲା ଭଉଣୀ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 15, 2019, 3:06 PM IST

ରାୟପୁର: ଆଜି ରାକ୍ଷୀ ପବିତ୍ର ପୂର୍ଣ୍ଣମୀ । ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ପାଇଁ ଉତ୍ସାହର ସହ ଏହି ଦିନକୁ ଚାହିଁବସିଥାଏ ଭଉଣୀ । ଆଉ ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ହେଲେ ଏମିତି ଜଣେ ଭଉଣୀ ଅଛି ଯିଏ ଆଜିର ଦିନରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ତା ପାଇଁ ସାତ ସପନ ହୋଇଯାଇଛି । ଆଉ ତାହାର ଏହି ସ୍ବପ୍ନ ଆଉ କେବେ ମଧ୍ୟ ପୂରଣ ହୋଇପାରିବନି ।

ଛତିଶଗଡର ଦାନ୍ତେଓ୍ବାଡାର କବିତା କୌଶଲ । ଯିଏ ଆଜିର ଦିନରେ ନିଜର ସହୀଦ ଭାଇକୁ ମନେପକାଇ ତାଙ୍କ ବନ୍ଧୁକରେ ରାକ୍ଷୀ ବାନ୍ଧିଛନ୍ତି । ନକ୍ସଲ ଆକ୍ରମଣରେ ଗତବର୍ଷ ଅକ୍ଟୋବର 31 ତାରିଖରେ ଯବାନ ରାକେଶ କୌଶଲ ସହିଦ ହୋଇଯାଇଥିଲେ । ଏହାପରେ ଭଉଣୀ କବିତା ଡାକ୍ତରୀ ପାଠ ଛାଡି 2019 ମେ ମାସରେ ନକ୍ସଲଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ପୋଲିସରେ ଭର୍ତ୍ତି ହୋଇଥିଲେ । କବିତାଙ୍କ କହିବା ଅନୁସାରେ ତାଙ୍କୁ ପୋଲିସ ଅଫିସର ଭାବେ ଦେଖିବାର ତାଙ୍କ ଭାଇଙ୍କର ବହୁତ ବଡ ସ୍ବପ୍ନ ଥିଲା।

ନକ୍ସଲଙ୍କ ବିରୋଧିରେ ଅପରେସନ ଟିମରେ ତାଙ୍କୁ ସାମିଲ କରିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି କବିତା। ଯାହା ମାଧ୍ୟମରେ ସେ ନିଜ ସହିଦ ଭାଇଙ୍କ ହତ୍ୟାର ପ୍ରତିଶୋଧ ନେଇପାରିବେ। ସେନେଇ କବିତା ତାଙ୍କ ଭାଇ ଧରୁଥିବା ବନ୍ଧୁକରେ ରାକ୍ଷୀ ବାନ୍ଧି ଭାବବିହ୍ବଳ ହୋଇପଡିଛନ୍ତି ।

ABOUT THE AUTHOR

...view details