ଓଡିଶା

odisha

ETV Bharat / bharat

ପିଓକେକୁ ଖାଲି କରୁ ପାକିସ୍ତାନ: ବ୍ରିଟିସ ସାଂସଦ ବବ୍‌ - british mp support india for pok

କାଶ୍ମୀର ପ୍ରସଙ୍ଗରେ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ବ୍ରିଟିଶ ସାଂସଦ ବବ୍‌ ବ୍ଲାକମ୍ୟାନ। ପାକ୍‌ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ତୁରନ୍ତ ଛାଡିଦେଉ ବୋଲି ପରାମର୍ଶ ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 16, 2019, 11:54 AM IST

ଲଣ୍ଡନ: କାଶ୍ମୀର ପ୍ରସଙ୍ଗରେ ଭାରତକୁ ଖୋଲାଖୋଲି ସମର୍ଥନ କରିଛନ୍ତି ବ୍ରିଟିଶ ସାଂସଦ ବବ୍‌ ବ୍ଲାକମ୍ୟାନ । ଏହା ସହିତ ଏହି ପ୍ରସଙ୍ଗକୁ ଜାତିସଂଘ ସମେତ ଅନ୍ୟାନ୍ୟ ଅନ୍ତଃର୍ଜାତୀୟ ଫୋରମରେ ଉଠାଇଥିବା ଯୋଗୁଁ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଏହା ସହିତ ପିଓକେକୁ ତୁରନ୍ତ ଖାଲି କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ସେ।

ବ୍ରିଟେନରେ କାଶ୍ମୀର ପଣ୍ଡିତଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ 'ବଳିଦାନ ଦିବସ' ଯୋଗ ଦେଇ ବ୍ରିଟିଶ ସାଂସଦ କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଅବିଛେଦ୍ୟ ଅଙ୍ଗ। କାଶ୍ମୀର ଉପରେ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି। ପାକିସ୍ତାନ ସାମରିକ ଶକ୍ତି ବଳରେ ପିଓକେକୁ କବଜା କରି ରଖିଛି, ତାହାକୁ ସେ ଛାଡିଦେବା ଉଚିତ।

ଉତ୍ତର ଲଣ୍ଡନରୁ ସାଂସଦ ଥିବା ବବ୍‌ ପାକ୍‌କୁ କଟାକ୍ଷ କରି କହିଛନ୍ତି, ଯେଉଁ ଲୋକ କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘର ପ୍ରସ୍ତାବ ପାଳନ କରିବା କଥା କହୁଛନ୍ତି, ସେମାନେ ପ୍ରଥମେ ଏହାକୁ ଅଣଦେଖା କରୁଛନ୍ତି । ପିଓକେ ଜମ୍ମୁ-କାଶ୍ମୀର ଅଂଶବିଶେଷ ବୋଲି ପୂର୍ବରୁ ଜାତିସଂଘରେ କୁହାଯାଇଛି । ତେଣୁ ଏହାକୁ ଜମ୍ମୁ-କାଶ୍ମୀର ସହ ମିଶାଇବା ପାଇଁ ପାକିସ୍ତାନକୁ ପିଓକେ ଛାଡି ଦେବା ଦରକାର।

ABOUT THE AUTHOR

...view details