ଓଡିଶା

odisha

ETV Bharat / bharat

ଆଲୋଚନାରେ ସମାଧାନ କରିବାକୁ ଭାରତ-ଚୀନକୁ ବ୍ରିଟେନର ପରାମର୍ଶ - india china border news live

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ବ୍ରିଟେନର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ଏହି ସମସ୍ୟାର ସମାଧାନ କରିବାକୁ ଭାରତ ଏବଂ ଚୀନକୁ ପ୍ରୋତ୍ସାହିତ କରିଛି ବ୍ରିଟେନ ।

ବ୍ରିଟେନ
ବ୍ରିଟେନ

By

Published : Jun 17, 2020, 3:26 PM IST

ଲଣ୍ଡନ: ଭାରତ-ଚୀନ ସୀମା ବିବାଦ ଉପରେ ଏବେ ପୁରା ବିଶ୍ବର ନଜର ରହିଛି । ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ଆମେରିକା ପରେ ଏବେ ବ୍ରିଟେନର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ଏହି ସମସ୍ୟାର ସମାଧାନ କରିବାକୁ ଭାରତ ଏବଂ ଚୀନକୁ କହିଛି ବ୍ରିଟେନ ।

ଏନେଇ ବ୍ରିଟିଶ ଉଚ୍ଚାୟୁକ୍ତର ମୁଖପାତ୍ର କହିଛନ୍ତି, ହିଂସା କଦାପି କୌଣସି ସମସ୍ୟାର ସମାଧାନ ନୁହେଁ । ଭାରତ-ଚୀନର ସ୍ଥିତି ଗମ୍ଭୀର ହୋଇପାରେ । କିନ୍ତୁ ଉଭୟ ଦେଶ ଏହି ସମାସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ପ୍ରୟାସ କରିବା ଉଚିତ । ଏହା ପୂର୍ବରୁ ଆମେରିକା ଏହି ଘଟଣାର ପ୍ରତିକ୍ରିୟା ଦେଇ କହିଥିଲା ଯେ, ଭାରତ ଏବଂ ଚୀନ ମଧ୍ୟରେ ଜାରି ସମଗ୍ର ଘଟଣାକ୍ରମ ଉପରେ ସେ ନଜର ରଖିଛି ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମା ଗଲୱାନ ଘାଟିରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଉଭୟ ପକ୍ଷର ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ସେପଟେ ଭାରତର ପାଲଟା ଜବାବରେ ଚୀନର ପ୍ରାୟ 40 ରୁ ଉର୍ଦ୍ଧ୍ବ ସୈନିକ ନିହତ ହୋଇଥିଲେ ।

ସୈଜନ୍ୟ@ANI

ABOUT THE AUTHOR

...view details