ନୂଆଦିଲ୍ଲୀ: ପଞ୍ଜାବରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ହରିୟାନା ସିଙ୍ଗୁ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହଜାର ହଜାର ଚାଷୀଙ୍କ ‘ଦିଲ୍ଲୀ ଚାଲୋ’ ଅଭିଯାନ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା ଓ ଫସିଯାଇଥିଲେ ହଜାର ହଜାର ଲୋକ । କୌଣସି ସ୍ଥାନରେ ରୋଗୀ ଆମ୍ବୁଲାନ୍ସରେ ଅଟକି ରହିଛନ୍ତି ତ' ଅନ୍ୟ କେଉଁଠାରେ ବର-କନିଆଙ୍କ ଗାଡି ଅଟକି ରହିଛି ।
ଜାମରେ ବର-କନିଆ ଘଣ୍ଟା ଘଣ୍ଟା ଧରି ଅଟକି ରହିଛନ୍ତି | ସେମାନେ ପାନିପଥ୍ ଦେଇ ଦିଲ୍ଲୀର ନରେଲାକୁ ଆସୁଥିଲା କିନ୍ତୁ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିଛନ୍ତି । ପରିବାର ଲୋକ କହିଛନ୍ତି ଯେ ସିଙ୍ଗୁ ସୀମାରୁ ନରେଲା ପହଞ୍ଚିବାକୁ ମାତ୍ର 5-10 ମିନିଟ୍ ସମୟ ଲାଗିଥିବାବେଳେ ଗାଡି ବର୍ତ୍ତମାନ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିଛି ।