ଆଗ୍ରା: ଚଳିତ ବର୍ଷ 71 ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ 4 ଦିନିଆ ଭାରତ ଗସ୍ତରେ ଆସିଥିଲେ ବ୍ରାଜିଲ ରାଷ୍ଟ୍ରପତି ଜାଏରୋ ବାଲସୋନାରୋ। ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ବିଶ୍ବର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି ସେ। ଜାନୁଆରୀ 24ରୁ 27 ତାରିଖ ଯାଏଁ 4 ଦିନିଆ ଭାରତ ଗସ୍ତରେ ରାଷ୍ଟ୍ରପତି ବାଲସୋନାରୋ।
ତାଜମହଲ ବୁଲିଲେ ବ୍ରାଜିଲ ରାଷ୍ଟ୍ରପତି - ବ୍ରାଜିଲ ରାଷ୍ଟ୍ରପତି
ଭାରତ ଗସ୍ତରେ ଆସିଥିବା ବ୍ରାଜିଲ ଜାଏରୋ ବାଲସୋନାରୋ ପ୍ରସିଦ୍ଧ ଐତିହ୍ୟ ତାଜମହଲ ପରିଦର୍ଶନ କରିଛନ୍ତି। ଚଳିତ ବର୍ଷ 71 ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ସେ। ବିଶ୍ୱ ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ତାଜମହଲର କାରୁକାର୍ଯ୍ୟକୁ ଉପଭୋଗ କରିଛନ୍ତି ସେ।
![ତାଜମହଲ ବୁଲିଲେ ବ୍ରାଜିଲ ରାଷ୍ଟ୍ରପତି ତାଜମହଲ ବୁଲି ଦେଖିଲେ ବ୍ରାଜିଲ ରାଷ୍ଟ୍ରପତି](https://etvbharatimages.akamaized.net/etvbharat/prod-images/768-512-5867848-thumbnail-3x2-brazil.jpg)
ତାଜମହଲ ବୁଲି ଦେଖିଲେ ବ୍ରାଜିଲ ରାଷ୍ଟ୍ରପତି
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରାଜିଲ ରାଷ୍ଟ୍ରପତି ଜାଏରୋ ବାଲସୋନାରୋଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହା ସହ ଦୁଇ ଦେଶ ମଧ୍ୟମରେ 15ଟି ରାଜିନାମା ସ୍ବାକ୍ଷରିତ ହୋଇଛି । 2022 ଭିତରେ ଦ୍ବିପାକ୍ଷିକ ବେପାରରେ 15 ବିଲିୟନ ଆମେରିକା ଡଲାରରେ ପହଞ୍ଚିଇବାକୁ ଲକ୍ଷ୍ୟ ରହିଛି।