ଓଡିଶା

odisha

By

Published : Jan 25, 2020, 12:53 PM IST

Updated : Jan 25, 2020, 4:21 PM IST

ETV Bharat / bharat

ରାଇସିନା ହଲ୍‌ରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ

ରାଷ୍ଟ୍ରପତି ଭବନରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ। ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି 71 ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅଧିକ ପଢନ୍ତୁ...

_Brazil president
ରାଇସିନା ହଲ୍‌ରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ଭାରତରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ। ଶନିବାର ସକାଳେ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯାଇଛି। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ ପରେଡ ଅଭିବାଦନ ଗ୍ରହଣ କରିବେ ବାଜ୍ରିଲ ରାଷ୍ଟ୍ରପତି ।

ବ୍ରାଜିତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଭାରତୀୟ ପ୍ରତିପକ୍ଷ ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କର ପହଞ୍ଚିଥିଲେ।

ରାଇସିନା ହଲ୍‌ରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ

ବ୍ରାଜିଲ ରାଷ୍ଟ୍ରପତିଙ୍କ ଏହି 4 ଦିନିଆ ଭାରତ ଗସ୍ତ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ। ଏହା ମୁଖ୍ୟତଃ କୃଷି, ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଭାବେ କାର୍ଯ୍ୟକରିବ। ରାଷ୍ଟ୍ରପତି ଜାୟର ବୋଲସୋନାରୋ 7 ଜଣ କ୍ୟାବିନେଟ ମନ୍ତ୍ରୀ ଓ 12 ଜଣ ଅଧିକାରୀଙ୍କ ସହ ଭାରତ ଗସ୍ତରେ ଆସିଛନ୍ତି। 71 ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ଏହା ପ୍ରଥମ ଭାରତ ଗସ୍ତ।

Last Updated : Jan 25, 2020, 4:21 PM IST

ABOUT THE AUTHOR

...view details