ଓଡିଶା

odisha

ETV Bharat / bharat

ଶତ୍ରୃ ହେବେ ଧରାଶାୟୀ, ଆହୁରି ଶକ୍ତିଶାଳୀ ହେବ ସୁଖୋଇ

ଆହୁରି ଶକ୍ତିଶାଳୀ ହେବ ସୁଖୋଇ । ଖୁବଶୀଘ୍ର 40ଟି ସୁଖୋଇ ଲଢୁଆ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପକ୍ରିୟା ଦ୍ରୃତ ଗତିରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

By

Published : Jun 9, 2019, 11:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢୁଆ ବିମାନ ହେବ ଆହୁରି ଶକ୍ତିଶାଳୀ । ଖୁବଶୀଘ୍ର 40ଟି ସୁଖୋଇ ଲଢୁଆ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପକ୍ରିୟା ଦ୍ରୃତ ଗତିରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ସରକାରୀ କମ୍ପାନୀ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ( ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍( ବିଏପିଏଲ) ଏହି କାର୍ଯ୍ୟଭାର ତୁଲାଉଛନ୍ତି । ଆସନ୍ତା 2020 ସୁଦ୍ଧା ଏହାକୁ ଲାଗୁ କରିବାକୁ କମ୍ପାନୀ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ଏହି ରଣନୈତିକ ପରିଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ବାୟୁସେନା ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା । ତେଣୁ ଗତ 2016ରେ ସାରା ଦୁନିଆରୁ 40ଟି ସୁଖୋଇ ବିମାନରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଖଞ୍ଜିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ 2017 ଶେଷ ବେଳକୁ ଯୋଜନାକୁ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏହାର କାର୍ଯ୍ୟ ବର୍ତ୍ତମାନ ଧିମେଇ ଯାଇଛି । ବର୍ତ୍ତମାନ ଏହି ଯୋଜନାକୁ ଗୁରୁତ୍ବ ଦେଉଛନ୍ତି ସରକାର ।

ABOUT THE AUTHOR

...view details