ଓଡିଶା

odisha

ETV Bharat / bharat

ମୃତ୍ୟୁ ପରେ ବି ବଞ୍ଚାଇଲେ 8 ମୂଲ୍ୟବାନ ଜୀବନ

ନିଜେ ପରଲୋକକୁ ଚାଲିଗଲେ ସତ ହେଲେ ବଞ୍ଚାଇ ଦେଲେ 8 ଜୀବନ । ନିଜ ଶରୀରର ପ୍ରତିଟି ମୂଲ୍ୟ ଅଙ୍ଗକୁ ଦାନ କରିଦେଲେ କେରଳ କୋଲାମ ଜିଲ୍ଲାର ଅନୁଜିଥ୍। ଅଧିକ ଖବର ପଢନ୍ତୁ...

By

Published : Jul 22, 2020, 1:46 PM IST

ମୃତ୍ୟୁ ପରେ ବି ବଞ୍ଚାଇଲେ 8 ମୂଲ୍ୟବାନ ଜୀବନ
ମୃତ୍ୟୁ ପରେ ବି ବଞ୍ଚାଇଲେ 8 ମୂଲ୍ୟବାନ ଜୀବନ

କୋଚି: ନିଜେ ପରଲୋକକୁ ଚାଲିଗଲେ ସତ ହେଲେ ବଞ୍ଚାଇ ଦେଇଗଲେ 8 ଜୀବନ । ନିଜ ଶରୀରର ପ୍ରତିଟି ମୂଲ୍ୟବାନ ଅଙ୍ଗକୁ ଦାନ କରିଦେଲେ କେରଳ କୋଲାମ ଜିଲ୍ଲାର ଅନୁଜିଥ୍। ଗତ 14 ରେ ଅନୁଜିଥ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ସେ ଗୁରୁତର ହେଇଥିବା ବେଳେ ପ୍ରଥମେ ତାଙ୍କୁ କୋତରାକରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଥିରୁଅନନ୍ତପୁରମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ବ୍ରେନଡେଡ ହୋଇଥିବା ଜୁଲାଇ 17 ରେ ଘୋଷଣା କରିବା ପରେ ପରିବାରରେ ଛାଇ ଯାଇଥିଲା ଦୁଃଖର ବାଦଲ । ମାତ୍ର ଅନୁଜିଥ ଯେମିତି ସବୁବେଳେ ଅମର ରହିବେ ସେଥିପାଇଁ ତାଙ୍କ ପରିବାର ବର୍ଗ ଅନୁଜିଥଙ୍କ ହାର୍ଟ, କିଡନୀ, ଆଖି, ଅନ୍ତନଳୀ, ହାତ ଆଦି 8 ଟି ଅଙ୍ଗ ପ୍ରତ୍ୟଙ୍ଗ ଦାନ କରିଥିଲେ । ଯେଉଁଥିପାଇଁ ଗୋଟିଏ ଜୀବନ ଦୀପ ଲିଭିଥିଲେ ମଧ୍ୟ ଆଉ 8ଟି ଜୀବନ ଦୀପ ଜଳିଉଠିଥିଲା ।

ତେବେ ଅନୁଜିଥଙ୍କ ପରିବାରର ସମର୍ଥନ ଓ ସାହାସିକତାକୁ ପ୍ରଶଂସା କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ସୈଲଜା। ଅନୁଜିଥଙ୍କ ବୟସ ମାତ୍ର 27 ବର୍ଷ। ସେ ପ୍ରଥମେ ଏକ ପ୍ରାଇଭେଟ ଏଣ୍ଟରପ୍ରାଇଜେସର ଡ୍ରାଇଭର ଥିଲେ । ମାତ୍ର କୋରୋନା ଲକଡାଉନ ପରେ ସେ ଏକ ସୁପରମାର୍କେଟରେ କାମ କରୁଥିଲେ । ତାଙ୍କର ତିନି ବର୍ଷର ପୁଅ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ସୌଜନ୍ୟ-@ANI

ABOUT THE AUTHOR

...view details