ବେଙ୍ଗାଲୁରୁ: ଦୃଢ ନିଷ୍ଠା ଏବଂ କଠିନ ପରିଶ୍ରମ ମଣିଷକୁ ସଫଳତା ଶୀର୍ଷରେ ପହଞ୍ଚାଇଥାଏ । ତାହା ପ୍ରମାଣ କରିଦେଖାଇଛନ୍ତି କର୍ଣ୍ଣାଟକର ପୁଅ ଭେଙ୍କଟେଶ । ସେ 9 ଗୋଟି ସରକାରୀ ଚାକିରୀ ପାଇ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଗରିବ ବାପାର ବୁଦ୍ଧିଆ ପୁଅ, ଘରକୁ ଛୁଟୁଛି ଚାକିରୀ ସୁଅ - karnataka boy got 9 Job opportunities
କର୍ଣ୍ଣାଟକ ୟାଦଗିରି ଜିଲ୍ଲା ୟାରାଗୋଲା ଗ୍ରାମର ବଶବରାଜ ଚଟନଲ୍ଲୀଙ୍କ ପୁଅ ଭେଙ୍କଟେଶ 9 ଗୋଟି ସରକାରା ଚାକିରୀ ପାଇ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
କର୍ଣ୍ଣାଟକ ୟାଦଗିରି ଜିଲ୍ଲା ୟାରାଗୋଲା ଗ୍ରାମର ବଶବରାଜ ଚଟନଲ୍ଲୀଙ୍କ ପୁଅ ଭେଙ୍କଟେଶ । ବଶବରାଜ ଜଣେ ଗରିବ ଚାଷୀ । ପରିବାରର ଆର୍ଥିକ ସମସ୍ୟା ପାଇଁ ଭେଙ୍କଟେଶ ନିଜର ପାଠପଢା ନିଜ ଗ୍ରାମରେ ହିଁ କରିଛନ୍ତି ।
ତେବେ ଆକାଉଣ୍ଟଟାଣ୍ଟ ଚାକିରୀ ପୂର୍ବରୁ ଭେଙ୍କଟଶଙ୍କୁ 9ଟି ଗୋଟି ଚାକିରୀ ଅଫର୍ ଆସିଥିଲା । ଏବଂ ସବୁ ଗୁଡିକ ସରକାରୀ ଚାକିରୀ ଅଫର୍ । ତେବେ ସେ ଏହାପୂର୍ବରୁ ସେ ଜେଲର୍, ଏସଡିଏ, ଏଫଡିଏ, ଏକ୍ସସାଇଜ ଗାର୍ଡ, ସିନିୟର ଆକାଉଣ୍ଟାଣ୍ଟ ଚାକିରୀ କରିସାରିଛନ୍ତି । ତେବେ ବର୍ତ୍ତମାନ ଭେଙ୍କଟେଶ୍ କେଏଏସ୍ ଅଫିସର ରୂପେ କାର୍ଯ୍ୟରତ । ଭେଙ୍କଟେଶଙ୍କ ଏହି ସଫଳତା ତାଙ୍କ ଗ୍ରାମକୁ ଗର୍ବିତ କରାଇଥିବା ବେଳେ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।