ଓଡିଶା

odisha

ETV Bharat / bharat

ଟ୍ରେନରେ ସେଲ୍ଫି ନେଇ ନାବାଳକର ମୃତ୍ୟୁ - ଟ୍ରେନରେ ସେଲ୍ଫି ନେବାବେଳେ ଯୁବକଙ୍କ ମୃତ୍ୟୁ ଘଟଣା

ଟ୍ରେନ ଇଞ୍ଜିନରେ ଚଢି ସେଲ୍ଫି ନେବାକୁ ଚେଷ୍ଟା କରୁଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ 14 ବର୍ଷ ବାଳକର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଟ୍ରେନରେ ସେଲ୍ଫିନେଇ ନାବାଳକର ମୃତ୍ୟୁ
ଟ୍ରେନରେ ସେଲ୍ଫିନେଇ ନାବାଳକର ମୃତ୍ୟୁ

By

Published : Nov 19, 2020, 6:43 PM IST

ଚେନ୍ନାଇ: ଟ୍ରେନ ଇଞ୍ଜିନରେ ଚଢି ସେଲ୍ଫି ନେବାକୁ ଚେଷ୍ଟା କରୁଥିବାବେଳେ ମୁଣ୍ଡ ଉପରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ 14 ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଥିରୁନେଭେଲି ଜିଲ୍ଲା ଅନ୍ତର୍ଗତ ଥାଲାୟୁଥୁ ଚର୍ଚ୍ଚ ନଗର ବାସିନ୍ଦା ଜନେଶ୍ବର ତାଙ୍କ ବାପାଙ୍କ ସହ ଥିରୁନେଭେଲି ଜଂକ୍ସନ ବୁଲିବାକୁ ଆସିଥିଲେ ।

ଏହି ଦୁର୍ଘଟଣା ଆଜି(ଗୁରୁବାର)ସକାଳେ ଘଟିଛି । ପୁଲିସ ଦେଇଥିବା ସୂଚନା ମୁତାବକ, ରେଳ ଷ୍ଟେସନ ପାଖରେ ଖେଳୁଥିବା ସମୟରେ ଜନେଶ୍ବର, ଚଞ୍ଚକତା ପୂର୍ବକ ଟ୍ରେନ ଇଞ୍ଜିନରେ ଚଢି ସେଲ୍ଫି ନେବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ଜନେଶ୍ବର ମୁଣ୍ଡ ଉପରେ ଥିବା 40,000 ଭୋଲ୍ଟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details