ଓଡିଶା

odisha

ETV Bharat / bharat

ଲକଡାଉନରେ ଘରକୁ ଆସିଲେ ଅତିଥି; ଝିଅ ନାଁ କୋରୋନା, ପୁଅ ନାଁ କୋଭିଡ୍ - raipur twins named corona and covid

ଛତିଶଗଡର ରାୟପୁର ସ୍ଥିତ ରହୁଥିବା ଦମ୍ପତି ଗତ ମାର୍ଚ୍ଚ 26-27 ତାରିଖରେ ରାତିରେ ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।

corona and covid
ଦମ୍ପତିଙ୍କ ଘରକୁ ଆସିଲେ ‘କରୋନା’ ଏବଂ ‘କୋଭିଡ୍’

By

Published : Apr 3, 2020, 4:53 PM IST

ରାୟପୁର: ମହାମାରୀ କୋରୋନା ଭାଇରସ ସାରା ବିଶ୍ବରେ ମୃତ୍ୟୁ ତାଣ୍ଡବ ରଚିଥିବା ବେଳେ ଛତିଶଗଡର ଜଣେ ଦମ୍ପତିଙ୍କ ଜୀବନରେ ଆଣିଦେଇଛି ଅସୁମାରୀ ଖୁସୀ । ତାଙ୍କର ଏହି ଖୁସୀର କାରଣ ହେଲା ତାଙ୍କର ନବଜାତକ ଯମଜ ସନ୍ତାନ । ଯାହାଙ୍କର ନାମ 'କୋରୋନା' ଓ 'କୋଭିଡ' ରଖାଯାଇଛି । ଯେଉଁଠି ପୁଅର ନାମ କୋଭିଡ ଥିବାବେଳେ ଝିଅର ନାମ କୋରୋନା ବୋଲି ଜଣାପଡିଛି।

ଛତିଶଗଡର ରାୟପୁର ସ୍ଥିତ ରହୁଥିବା ଦମ୍ପତି ଗତ ମାର୍ଚ୍ଚ 26-27 ତାରିଖରେ ରାତିରେ ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ସାରାଦେଶକୁ 21 ଦିନ ପାଇଁ ଲକଡାଉନ ଜାରି କରିଥିଲେ । ଆଉ ଏଭଳି ପରିସ୍ଥିତିରେ ଅନେକ ସମସ୍ୟା ଓ ବାଧାବିଘ୍ନକୁ ସଫଳତାର ସହ ପାର କରି ଏହି ଦମ୍ପତି ଜଣକ ମେଡିକାଲରେ ପହଞ୍ଚିଥିଲେ ।

ଯେଉଁଠି ସେ ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । 'କୋରୋନା' ଓ 'କୋଭିଡ' ଏହି ଦୁଇଟି ଶବ୍ଦକୁ ଶୁଣିଲା ମାତ୍ର ଭୟରେ ସମସ୍ତଙ୍କ ଛାତି ଥରି ଉଠୁଥିବାବେଳେ ଏହାର ସଫଳ ମୁକାବିଲା ସମଗ୍ର ବିଶ୍ବ ପାଇଁ ଏକ ବଡ ଚ୍ୟାଲେଞ୍ଜ । ତେବେ ପ୍ରସବରେ ସମୟରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥିବାରୁ ସେ ଓ ତାଙ୍କ ପତି ଏହି ଦିନକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ନିଜର ନବଜାତକଙ୍କ ନାମକରଣ ଏଭଳି କରିଥିବା ଜଣାପଡିଛି ।

ABOUT THE AUTHOR

...view details