ଓଡିଶା

odisha

ETV Bharat / bharat

ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ; ଭାରତ ଆସିନପାରନ୍ତି ବୋରିସ - ଭାରତ ଆସିନପାରନ୍ତି ବୋରିସ

ଭାରତ ଗସ୍ତରେ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କୋରୋନା ନୂଆ ଷ୍ଟ୍ରେନ ସାଜିପାରେ ବୋରିସଙ୍କ ଗସ୍ତରେ ପ୍ରତିବନ୍ଧକ । ଅଧିକ ପଢନ୍ତୁ...

ଭାରତ ଆସିନପାରନ୍ତି ବୋରିସ
ଭାରତ ଆସିନପାରନ୍ତି ବୋରିସ

By

Published : Dec 23, 2020, 9:35 AM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇନପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କୋରୋନାର ନୂଆ ଷ୍ଟ୍ରେନକୁ ବ୍ରିଟେନରେ ଘାତକ ରୂପ ଧାରଣ କରୁଥିବାରୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ଆଶଙ୍କା କରିଛନ୍ତି ବ୍ରିଟିଶର ମେଡିକାଲ ଆସୋସିଏନର ବରିଷ୍ଠ ଡାକ୍ତର ଚାନ୍ଦ ନାଗପଲ କହିଛନ୍ତି ।

ବ୍ରିଟିଶ ଡାକ୍ତର ନାଗପାଲ କହିଛନ୍ତି, ଜନସନଙ୍କ ଗସ୍ତକୁ ନେଇ ଏବେ ଠାରୁ ବ୍ରିଟିଶ ସରକାର ସ୍ଥିର କରିନପାରନ୍ତି । ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ସମୟ ଲାଗିପାରେ । କିନ୍ତୁ ଯଦି କୋରୋନା ସଂକ୍ରମଣ ଏଭଳି ଲାଗି ରହିବ ଓ ନୂଆ ଷ୍ଟ୍ରେନ ଆହୁରି ଘାତକ ହୁଏ ତେବେ ବୋରିସଙ୍କ ଭାରତ ଗସ୍ତ ଅସମ୍ଭବ ।

ଲଣ୍ଡନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ( ବିଟ୍ରେନର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଟାୟାର 4 ପ୍ରତିବନ୍ଧକ ରହିଛି) ଲକଡାଉନ କରାଯାଉଛି । ଯଦି ଏହା ଦ୍ବାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରେ ତେବେ ଜନସନଙ୍କ ଗସ୍ତ କଥା ଚିନ୍ତା କରାଯାଇପାରେ ।

ବ୍ରିଟେନରେ ଗତ କିଛି ଦିନ ହେବ କୋରୋନାର ନୂଆ ଷ୍ଟ୍ରେନ ଆତଙ୍କ ଖେଳାଇ ରଖିଛି । ବ୍ରିଟେନ ଫେରାନ୍ତଙ୍କ ଉପରେ ଭାରତ ସରକାର କଟକଣା ଲାଗୁ କରିଛନ୍ତି । ସୋମବାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇ ଡିସେମ୍ବର 31 ପର୍ଯ୍ୟନ୍ତ କଟକଣାକୁ ଲାଗି କରିଛନ୍ତି ।

ABOUT THE AUTHOR

...view details