ଓଡିଶା

odisha

ପିଏମ ମୋଦିଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ଜନସନ, ଗଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

By

Published : Dec 15, 2020, 3:18 PM IST

ନଭେମ୍ବର 27ରେ ଫୋନରେ ଆଲୋଚନା ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ପିଏମ ମୋଦି । ତେବେ ଏହି ନିମନ୍ତ୍ରଣକୁ ଜନସନ ସ୍ବୀକାର କରିନେଇଛନ୍ତି । ଅଧିକ ପଢନ୍ତୁ...

ପିଏମ ମୋଦିଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ଜନସନ, ଗଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି
ପିଏମ ମୋଦିଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ଜନସନ, ଗଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ନିକଟରେ 26 ଜାନୁଆରୀ 2021 ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଜନସନଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନଭେମ୍ବର 27ରେ ଫୋନରେ ଆଲୋଚନା ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ପିଏମ ମୋଦି । ତେବେ ଏହି ନିମନ୍ତ୍ରଣକୁ ଜନସନ ସ୍ବୀକାର କରିନେଇଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ବ୍ରିଟେନର ବୈଦେଶିକମନ୍ତ୍ରୀ ଡୋମିନିକ ରାବ୍‌ ।

ଭାରତ ଗସ୍ତରେ ଅଛନ୍ତି ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ ରାୱ । ସେ ମଙ୍ଗଳବାର ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ଦୃଢୀଭୂତ କରିବାକୁ ଚାହୁଁଥିବା କହିଛନ୍ତି । ତେବେ ଆତଙ୍କବାଦ କାରଣରୁ ଉତ୍ପନ୍ନ ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ଦେଇଛନ୍ତି ବ୍ରିଟେନର ବୈଦେଶିକ ମନ୍ତ୍ରୀ ।

27 ବର୍ଷ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାରତର 70 ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ଏହା ପୂର୍ବରୁ ଜନ ମେଜର 1993ରେ ଦିଲ୍ଲୀରେ ଆୟୋଜିତ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇସାରିଛନ୍ତି ।

ABOUT THE AUTHOR

...view details