ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ; ମଣିପୁର-ମିଆଁମାର ଅନ୍ତର୍ଜାତୀୟ ସୀମା ବନ୍ଦ - ମଣିପୁର ଓ ମିଆଁମାର ଅନ୍ତର୍ଜାତୀୟ ସୀମାକୁ ବନ୍ଦ

କାୟା ବିସ୍ତାର କଲାଣି କୋରୋନା ଭାଇରସ । ଏଥିଲାଗି ସତର୍କତା ଜାରି କଲେ ମଣିପୁର ସରକାର । ମଣିପୁର ଓ ମିଆଁମାର ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିବାର ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେଜନ ସିଂହ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନ୍ତର୍ଜାତୀୟ ସୀମା ବନ୍ଦ ଲାଗି ମଣିପୁର ସରକାରଙ୍କ ଘୋଷଣା
ଅନ୍ତର୍ଜାତୀୟ ସୀମା ବନ୍ଦ ଲାଗି ମଣିପୁର ସରକାରଙ୍କ ଘୋଷଣା

By

Published : Mar 10, 2020, 10:35 AM IST

ଇମ୍ଫାଲ: ସାରା ବିଶ୍ବରେ କୋରୋନା ଆତଙ୍କ । ଏବେ ଭାରତରେ ମଧ୍ୟ ଧିରେ ଧିରେ କୋରୋନା କାୟା ବିସ୍ତାର କଲାଣି । ଏପରି କ୍ଷେତ୍ରରେ ସଜାଗ ହେଉଛନ୍ତି ସମସ୍ତ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ । ସେପଟେ ମଣିପୁର ଓ ମିଆଁମାର ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିବାର ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେଜନ ସିଂହ ।

କୋରୋନା ଭାଇରସ୍ (COVID-19)ର ପ୍ରସାରଣ ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ମିଆଁମାର ସହିତ ଅନ୍ତର୍ଜାତୀୟ ସୀମା ମୋରେହର ଗେଟ୍ ନଂ 1 ଏବଂ 2 କୁ ବନ୍ଦ କରିଦିଆଯାଇଛି | ବୋଲି ଏନ ବିରେଜନ ସିଂହ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ମାର୍ଚ୍ଚ 9 ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମଣିପୁର ସରକାର ସୀମା ପାର୍ଶ୍ବରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୀମା ପାର୍ଶ୍ବରେ ଥିବା ଫାଟକ ବନ୍ଦ କରି ଦିଆଯାଇଛି ।

ଜିଲ୍ଲା ମାଜିଷ୍ଟ୍ରେଟ, ଆଇଜିଆର (ଏସ), ସହକାରୀ କମିଶନର ତଥା ଇମ୍ଫାଲ କଷ୍ଟମ ଡିଭିଜନଙ୍କ ମିଳିତ ଉଦ୍ୟମରେ ସଂପୃକ୍ତ ଫାଟକ ବନ୍ଦ ରଖିବା ସହିତ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ଜୀବାଣୁ ଭାବେ ପରିଚିତ କୋରୋନା ଭାଇରସ ଏବେ ପୃଥିବୀର ବିଭିନ୍ନ ଦେଶରେ ବ୍ୟାପିଗଲାଣି | ଯାହାକୁ ନେଇ ଚିନ୍ତାରେ ବିଶ୍ବ ।

@ANI

ABOUT THE AUTHOR

...view details