ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଠାରେ ଭାରତ-ନେପାଳ ସୀମାରେ ନେପାଳ ସୈନ୍ୟ ମୁତୟନ କରିଛି । ଚୀନ ସହ ବଢୁଥିବା ଦ୍ବନ୍ଦର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ନେପାଳ । ନେପାଳ ମଧ୍ୟ ଭାରତ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛି । ଭାରତ ଓ ନେପାଳ ମଧ୍ୟରେ ଲିପୁଲେଖ, କାଲାପାନୀ, ଲିମ୍ପୟାଧୁରା ସୀମାକୁ ନେଇ ନେପାଳ ସହ ବିବାଦ ଜାରି ରହିଛି ।
ଚୀନ ବଳରେ ବଳୀୟାନ ନେପାଳ, ଭାରତ ସୀମାରେ କଲା ସେନା ମୁତୟନ - nepal has deployed its troops near maharaj ganj
ଉତ୍ତରପ୍ରଦେଶର ମହାରାଜଗଞ୍ଜ ଠାରେ ଭାରତ-ନେପାଳ ସୀମାରେ ନେପାଳ ସୈନ୍ୟ ମୁତୟନ କରିଛି । ଚୀନ ସହ ବଢୁଥିବା ଦ୍ବନ୍ଦର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ନେପାଳ ।
ଉତ୍ତରାଖଣ୍ଡରେ ଏହି ସୀମା ବିବାଦର ପ୍ରଭାବ ଭାରତ-ନେପାଳର ଅନ୍ୟ ସୀମା ଉପରେ ବି ପ୍ରଭାବ ପକାଇଛି । ମହାରାଜଗଞ୍ଜରୁ ନେପାଳ ଯାଉଥିବା ସୀମାରେ ଟ୍ରକ ଠିଆ ହୋଇ ରହିଛି । କାରଣ ସବୁବେଳେ ଖୋଲା ରହୁଥିବା ନେପାଳ-ଭାରତ ସୀମା ବର୍ତ୍ତମାନ ବନ୍ଦ ରହିଛି । ମହାରାଜଗଞ୍ଜ ସୀମାରେ ଥିବା ନେପାଳ ସୀମାରେ ସୁରକ୍ଷା କଡାକଡି ହୋଇଛି। ନେପାଳ ପୋଲିସ ଓ ଉତ୍ତରପ୍ରଦେଶ ପୋଲିସ ସୀମାରେ ମୁତୟନ ଅଛନ୍ତି। ନେପାଳ ପାର୍ଶ୍ବରୁ 200-200 ମିଟର ଦୂରରେ ସଶସ୍ତ୍ର ସୈନ୍ୟ ମୁତୟନ କରାଯାଇଛି।
ଭାରତ ଓ ନେପାଳର ସମୁଦାୟ ସୀମା 1751 କିଲୋମିଟର ଲମ୍ବ । ଏହା ଉତ୍ତରପ୍ରଦେଶରୁ ନେପାଳ ପର୍ଯ୍ୟନ୍ତ 560 କିଲୋମିଟର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରେ । ଏହା ବ୍ୟତୀତ ନେପାଳ ଉତ୍ତରପ୍ରଦେଶ ଠାରୁ 263 କିଲୋମିଟର, ବିହାର ଠାରୁ 729 କିଲୋମିଟର, ପଶ୍ଚିମବଙ୍ଗ ଠାରୁ 100 କିଲୋମିଟର ଓ ସିକ୍କିମ ଠାରୁ 99 କିଲୋମିଟର ସୀମା ରହିଛି।