ଓଡିଶା

odisha

ETV Bharat / bharat

ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚୀନ-ପାକିସ୍ତାନର ମିଶନ ! - ଚୀନ-ପାକିସ୍ତାନ ମିଶନ

ରାଜନାଥ ସିଂ କହିଛନ୍ତି ଯେ ଏକ ମିଶନ ଅଧୀନରେ ଚୀନ ଏବଂ ପାକିସ୍ତାନ ଭାରତ ସହ 7 ହଜାର କିଲୋମିଟର ଲମ୍ବା ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଏକ ମିଶନ ଅଧିନରେ କାର୍ଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚୀନ-ପାକିସ୍ତାନଙ୍କ ମିଶନ !
ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚୀନ-ପାକିସ୍ତାନଙ୍କ ମିଶନ !

By

Published : Oct 12, 2020, 10:37 PM IST

ନୂଆଦିଲ୍ଲୀ: ଭାରତର ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ କଣ କୌଣସି ଖାସ ମିଶନ ଉପରେ କାର୍ଯ୍ୟ କରୁଛନ୍ତି ପଡୋଶୀ ଚୀନ ଓ ପାକିସ୍ତାନ? ଏପରି ପ୍ରଶ୍ନ ଏଥିପାଇଁ ଉଠିଛି, କାରଣ ଏ ଦିଗରେ ସଙ୍କେତ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରାଜନାଥ ସିଂ କହିଛନ୍ତି ଯେ ଏକ ମିଶନ ଅଧୀନରେ ଚୀନ ଏବଂ ପାକିସ୍ତାନ ଭାରତ ସହ 7 ହଜାର କିଲୋମିଟର ଲମ୍ବା ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା ଜଣାପଡିଛି। ସୋମବାର ବିଆରଓ ପକ୍ଷରୁ ପ୍ରସ୍ତୁତ 44ଟି ସେତୁର ଉଦଘାଟନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମର ଉତ୍ତର ଏବଂ ପୂର୍ବ ସୀମା ସୃଷ୍ଟି ହୋଇଥିବା ଉତ୍ତେଜନା ବିଷୟରେ ଆପଣ ଭଲ ଭାବରେ ଜାଣିଛନ୍ତି। ପାକିସ୍ତାନ ଏବଂ ବର୍ତ୍ତମାନ ଚୀନ ପକ୍ଷରୁ ଏକ ମିଶନ ଜରିଆରେ ସୀମା ବିବାଦ ସୃଷ୍ଟି ହେଉଛି। ଉଭୟ ଦେଶକୁ ଲାଗି ଆମର ପ୍ରାୟ ସାତ ହଜାର କିଲୋମିଟର ସୀମା ଅଛି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ସବୁ ସମସ୍ୟା ସତ୍ତ୍ବେ ଦେଶ କେବଳ ଏହି ସଙ୍କଟର ସମ୍ମୁଖୀନ ହେଉନାହିଁ ବରଂ ଏହି ସବୁ କ୍ଷେତ୍ରରେ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ମଧ୍ୟ ଆଣୁଛି ।

ଗତ ପାଞ୍ଚ ମାସ ଧରି ଲଦାଖ ସୀମାରେ ଉତ୍ତେଜନାର ସ୍ଥିତି ଲାଗି ରହିଛି । ଏହାପୂର୍ବରୁ ପାକିସ୍ତାନ ନିକଟରେ ଥିବା ଏଲଓସିରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରଖିଛି ।

ABOUT THE AUTHOR

...view details