ଓଡିଶା

odisha

ETV Bharat / bharat

ବିଜେପି ମୁଖ୍ୟାଳୟକୁ ଉଡାଇ ଦେବାକୁ ଧମକ

ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କର୍ଯ୍ୟାଳୟକୁ ଉଡାଇ ଦେବାକୁ ଧମକ ମିଳିଛି । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଫୋନ ଯୋଗେ ବମ ଦ୍ବାରା ଉଡାଇ ଦେବାକୁ ଧମକ ଦିଆଯାଇଛି ।

By

Published : Jun 22, 2019, 6:23 PM IST

ବିଜେପି ମୁଖ୍ୟାଳୟ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିନ ଦୟାଲ ଉପାଧ୍ୟାୟ (ଡିଡିୟୁ) ମାର୍ଗ ସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟାଳୟକୁ ବମ ଦ୍ବାରା ଉଡାଇ ଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ବିଜେପି ମୁଖ୍ୟାଳୟରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏନେଇ କାହାକୁ ଗିରଫ କରାଯାଇ ନଥିବା ବେଳେ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତି ମାନସୀକ ବିକାରଗ୍ରସ୍ତ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ବିଜେପି ମୁଖ୍ୟ କାର୍ଯ୍ୟାଳୟ

ଆଜି (ଶନିବାର) ସକାଳ 11ଟା ସମୟରେ ବାରମ୍ବାର ବିଜେପି କାର୍ଯ୍ୟାଳୟକୁ ଫୋନ ଆସିଥିବା କହିଛନ୍ତି ଡିସିପି ମନଦୀପ ସିଂହ ରନ୍ଧାବ । ଡିସିପିଙ୍କ କହିବାନୁଯାୟୀ ଆସିଥିବା ଫୋନକୁ ଉଠାଇବା ପରେ କୌଣସି ଏକ ଅଜ୍ଞାତ ବ୍ୟକ୍ତି ଡିଡିୟୁ ମାର୍ଗରେ ଥିବା ବିଜେପି ମୁଖ୍ୟାଳୟକୁ ଉଡାଇ ଦେବାକୁ ଧମକ ଦେଉଥିଲା । ଏଭଳି ଶୁଣିବା ପରେ ଫୋନ ଉଠାଇଥିବା ବ୍ୟକ୍ତି ହଠାତ ଆଶ୍ଚର୍ଯ୍ୟ ହୋଇ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇବା ପରେ ସଦଳବଳ ସହ ବିଜେପି ମୁଖ୍ୟାଳୟରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ମଧ୍ୟ କୌଣସି ସନ୍ଦିଗ୍ଧକୁ ଧରିବାରେ ସକ୍ଷମ ହୋଇ ନାହିଁ ପୋଲିସ। କାର୍ଯ୍ୟାଳୟରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟାଳୟରେ 88ଟି ସିସିଟିଭି ଲଗାଯାଇଛି । କାର୍ଯ୍ୟାଳୟର ଭିତର ବାହାର ଠାରୁ ଆରମ୍ଭ ସଡକ ପର୍ଯ୍ୟନ୍ତ ସବୁକିଛି ସିସିଟିଭି ନଜରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details