ଓଡିଶା

odisha

ETV Bharat / bharat

ଅଯୋଧ୍ୟା ପ୍ରସଙ୍ଗ: ବିଚାରପତିଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥିଲା ଶାସ୍ତ୍ର - ନିଷ୍ପତ୍ତି ନେବାରେ ବିଚାରପତିଙ୍କୁ ସାହାର୍ଯ୍ୟ କରିଥିଲା ଶାସ୍ତ୍ର ଓ ସଂସ୍କୃତି

ଅଯୋଧ୍ୟା ପ୍ରସଙ୍ଗରେ ପୁରାତତ୍ତ୍ବ ସହ ଯୋଡିହୋଇ ରହିଥିବା ଐତିହାସିକ ଘଟଣା ମାନ ନିଷ୍ପତ୍ତି ନେବାରେ ବିଚାରପତି ମାନଙ୍କୁ ସାହାଯ୍ୟ କରିଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 11, 2019, 2:18 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ଯା ପ୍ରସଙ୍ଗ ଉପରେ ଗତ ଶନିବାର ଶୁଣାଣି କରାଯାଇଛି । ଏହି ନିଷ୍ପତ୍ତି ନେବା ପାଇଁ ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ, ଫାରସି, ତୁର୍କି, ଫ୍ରେଞ୍ଚ ଓ ଇଂରାଜୀ ଭାଷା ସହିତ ଇତିହାସ, ସଂସ୍କୃତି, ଧାର୍ମିକ ଓ ପୁରାତତ୍ତ୍ବ ସମ୍ପର୍କିତ ପୁସ୍ତକ ଓ ଅନେକ ଅନୁବାଦ ସଂସ୍କରଣ ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧୀଶଙ୍କୁ ଅନେକ ସହାୟତା କରିଛି ।

ଶାସ୍ତ୍ର ଓ ସଂସ୍କୃତି ବହିର ରହିଛି ବିଶେଷ ଭୂମିକା

ଏହି ବହି ଗୁଡିକୁ ଭଲ ସେ ପଢିବା ସହିତ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଉପନୀତ ହେବା ନେଇ ଅତି ସାବଧାନତା ଅବଲମ୍ବନ କରାଯାଇଛି । କାହିଁକି ନା କୌଣସି ସମ୍ବେଦନଶୀଳ ବିଷୟରେ ନିଷ୍ପତ୍ତି ନେବା ଏକ ବିପଦଜ୍ଜନକ ବିଷୟ ହୋଇଥାଏ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଶେଷ ପୀଠ 533ଟି ଦସ୍ତାବିଜକୁ ସାକ୍ଷୀ ଭାବେ ସାମିଲ କରିଥିଲେ ।

ଏଥିରେ ଧାର୍ମିକ ପୁସ୍ତକ ଯାତ୍ରା ବୃତାନ୍ତ, ପ୍ରତ୍ନତାତ୍ତ୍ବିକ ରିପୋର୍ଟ, ବାବ୍ରି ମସଜିଦ ଭାଙ୍ଗିବା ପୂର୍ବର ଚିତ୍ର ଓ ଏହାର କଳାକୃତି ସବୁ ଉପରେ ସମୀକ୍ଷା କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ, ନ୍ୟାୟଧୀଶ ଏସ.ଏ. ବୋବଡେ, ନ୍ୟାୟଧୀଶ ଡି. ଓ୍ବାଇ.ଡନ୍ଦ୍ରଚୁଡ, ନ୍ୟାୟଧୀଶ ଅଶୋକ ଭୁଷଣ ଓ ଏସ.ଏ ନଜୀର ସାମିଲ ଥିଲେ । ଦସ୍ତାବିଜର ରିପୋର୍ଟ ଓ ମସଜିଦର ଖମ୍ବରେ ଲେଖାଥିବା ଅନୁବାଦକୁ ମଧ୍ୟ ସାମିଲ କରଥିଲେ ।

For All Latest Updates

TAGGED:

Ayodhya case

ABOUT THE AUTHOR

...view details