ଓଡିଶା

odisha

ETV Bharat / bharat

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

By

Published : May 31, 2019, 7:54 AM IST

Updated : May 31, 2019, 10:09 AM IST

ଫାଇଲ ଫଟୋ


ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ଆଉ କେତେକ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସୁରକ୍ଷାକର୍ମୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଅପରେସନ ଜାରି ରଖିଛନ୍ତି ।

ସୋପିଆନ୍‌ର ସୁଗାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀ ଗୁଳିଚାଳନା ଆରମ୍ଭ କରିଥିଲେ । ତେବେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ହିଜବୁଲ ମୁଜାହିଦ୍ଦିନ ଏବଂ ଆଉ କିଛି ଲସ୍କର ଆତଙ୍କୀ ସଂଗଠନର ବୋଲି ଜଣା ପଡିଛି ।

Last Updated : May 31, 2019, 10:09 AM IST

ABOUT THE AUTHOR

...view details