କୋଲକାତା: ପଶ୍ଚିମବଙ୍ଗରେ ହିଂସାରେ ପୂର୍ଣ୍ଣଚ୍ଛେଦ ପଡିବାର ନାଁ ନେଉନି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ତିକ୍ତତା ଏବେବି ଲାଗି ରହିଛି । ଏହାରି ମଧ୍ୟରେ ବାରାକପୁର ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ସମ୍ମୁଖରେ ବୋମାମାଡ କରାଯାଇଥିବା ଖବର ସମ୍ନାକୁ ଆସିଛି ।
ବିଜେପି ସାଂସଦଙ୍କ ଘର ବାହାରେ ବୋମାମାଡ
ପଶ୍ଚିମବଙ୍ଗ ବାରାକପୁର ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ସମ୍ମୁଖରେ ବୋମାମାଡ । ବୋମାମାଡ ନେଇ ତୃଣମୂଳ କଂଗ୍ରେସକୁ ଦାୟୀ କଲେ ସାଂସଦ ଓ ତାଙ୍କ ଭଣଜା ।
ଫାଇଲ ଫଟୋ
ବିଜେପି ସାଂସଦ ଅର୍ଜୁନ ସିଂହ ଓ ତାଙ୍କ ଭଣଜା ତଥା ଭାଟପାରା ପୌରପରିଷଦ ଚେୟାରମ୍ୟାନ ସୌରଭ ସିଂହ କିଛି କାର୍ଯ୍ୟ ବଶତଃ ନିଜ ସୁରକ୍ଷାକର୍ମୀଙ୍କ ସହିତ ଘର ପାଖକୁ ଆସିଥିବା ବେଳେ ଏହି ସମୟରେ ବୋମା ମାଡ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ବାରାକପୁର ସାଂସଦଙ୍କ ଘର ବାହାରେ ଗୁଳିମାଡ କରାଯାଇଥିବା ମଧ୍ୟ ଜଣାପଡିଛି ।
ସୌରଭ ଏଥିପାଇଁ ତୃଣମୂଳ କଂଗ୍ରେସକୁ ଦାୟି କରିଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ସୌରଭ ଜଗଦଲ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।