ମୁମ୍ବାଇ: କୋରୋନାର ବଢୁଥିବା ପ୍ରକୋପକୁ ଦେଖି ବମ୍ବେ ହାଇକୋର୍ଟ ଏକ ଅଭିଯୁକ୍ତକୁ ବେଲ ଦେବା ପାଇଁ ମନା କରିଦେଇଛନ୍ତି । ଏହାସହ କୁହାଯାଇଛି ଯେ, କୋରୋନା ଭାଇରସ ସଂକ୍ରମଣକୁ ଦେଖି ଅଭିଯୁକ୍ତର ଜୀବନକୁ ବିପଦକୁ ଠେଲି ଦିଆଯିବ ନାହିଁ । ତେଣୁ ତାଙ୍କୁ ବେଲ ଦିଆଯିବ ନାହିଁ ବାହାର ଅପେକ୍ଷା ସେ ସେ ଜେଲରେ ଅଧିକ ସୁରକ୍ଷିତ ।
ଜେଲରେ ନାହିଁ କୋରୋନା ଭୟ ! - mumbai news
ବାହାର ଅପେକ୍ଷା ଜେଲରେ ସୁରକ୍ଷିତ କଏଦୀ । ଗୁରୁବାର ଜଣେ ହତ୍ୟାକାରୀଙ୍କ ବେଲ ଆବେଦନ ଉପରେ ଶୁଣାଣି କରି ଏପରି କହିଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...
ଜେଲରେ ନାହିଁ କୋରୋନା ଭୟ !
ସୂଚନାନୁଯାୟୀ, 18 ମାସ ଧରି ମୁମ୍ବାଇର ତଲୋଜା ଜେଲରେ ଜିତେନ୍ଦ୍ର ମିଶ୍ରା ନାମକ ଜଣେ ହତ୍ୟାକାରୀ ବେଲ ପାଇଁ ଆବେଦନ କରିଥିଲେ । ଏନେଇ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ଏହାର ଶୁଣାଣି ହୋଇଥିଲା ।
ନ୍ୟାୟପାଳିକା ଏହାର ଶୁଣାଣି କରି କହିଥିଲେ ଯେ ବାହାର ଅପେକ୍ଷା ଜେଲ ଅଧିକ ସୁରକ୍ଷିତ । ଆପଣ ଜାଣିନାହାଁନ୍ତି ବାହାରେ ସ୍ଥିତି କେତେ ଗମ୍ଭୀର ରହିଛି । ଏହାସହ ନ୍ୟାୟପାଳିକା କହିଥିଲେ ଯେ ଆମେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରୁଛୁ । ଅଧିକ ଭିଡ ଜମିବାକୁ ଦିଆଯାଉନାହିଁ । କିନ୍ତୁ ବାହାର ପରିସ୍ଥିତିକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଉଛି ।