ଓଡିଶା

odisha

ETV Bharat / bharat

ଶନିବାରକୁ ଘୁଞ୍ଚିଲା ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣି

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିକୁ ଶନିବାର ଯାଏଁ ଘୁଞ୍ଚାଇ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଶୁକ୍ରବାର ହାଇକୋର୍ଟରେ ଲମ୍ବା ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ: ଶନିବାରକୁ ଘୁଞ୍ଚିଲା ଶୁଣାଣି
ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ: ଶନିବାରକୁ ଘୁଞ୍ଚିଲା ଶୁଣାଣି

By

Published : Nov 6, 2020, 6:30 PM IST

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ ଦ୍ବାରା ଗିରଫ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଏଯାଏଁ ମିଳିନାହିଁ ଆଶ୍ବସ୍ତି । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିକୁ ଶନିବାର ଯାଏଁ ଘୁଞ୍ଚାଇ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଶୁକ୍ରବାର ହାଇକୋର୍ଟରେ ଲମ୍ବା ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆର୍କିଟେକ ଏବଂ ଇଣ୍ଟେରିୟର ଡିଜାଇନର ଅନଭୟ ନାଏକଙ୍କୁ ଆତ୍ମହତ୍ୟା କରିବା ପାଇଁ ଅର୍ଣ୍ଣବ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ କରିଥିଲା ରାୟଗଡ ପୋଲିସ । ଅର୍ଣ୍ଣବଙ୍କୁ ମୁମ୍ବାଇ ସ୍ଥିତ ଲୋୟର ପରେଲ ସ୍ଥିତ ବାସଭବନରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିଲା ।

ଅର୍ଣ୍ଣବଙ୍କୁ ଗିରଫ ପରେ ଅଲିବାଗର ଏକ ଅଦାଲତରେ ହାଜର କରାଯାଇଥିଲା । ତେବେ କୋର୍ଟ ନଭେମ୍ବର 18 ଯାଏଁ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି । ଗୋସ୍ବାମୀ ନିଜ ଗିରଫଦାରୀକୁ ଅବୈଧ ଦର୍ଶାଇ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାଏର କରିଛନ୍ତି । ଘଟଣାରେ ତାଙ୍କୁ ଶିଘ୍ର ମୁକ୍ତ କରିବାକୁ ଅର୍ଣ୍ଣବ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ଗୁରୁବାର ଶୁଣାଇ କରି ବମ୍ବେ ହାଇକୋର୍ଟ କହିଥିଲେ ଯେ ସରକାରଙ୍କ ପକ୍ଷ ନଶୁଣିବା ଯାଏଁ ଅନ୍ତରୀଣ ଜାମିନ ଆବେଦନ ଉପରେ ତତ୍କାଳ ଶୁଣାଣି ହୋଇପାରିବ ନାହିଁ । ଜଷ୍ଟିସ ଏମଏସ କାର୍ଣ୍ଣିକ ଏବଂ ଏସ.ଏସ ସିନ୍ଦେଙ୍କ ଏକ ବେଞ୍ଚ କହିଥିଲେ ଯେ ଗିରଫ ଏବଂ ରିମାଣ୍ଡ ନେଇ ଜାମିନ ଆବେଦନ ଉପରେ ଶୁକ୍ରବାର ଶୁଣାଣି ହେବ । ହେଲେ ଏବେ ଶନିବାର ଯାଏଁ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଛି ।

ABOUT THE AUTHOR

...view details