ଓଡିଶା

odisha

ETV Bharat / bharat

24 ସପ୍ତାହର ଗର୍ଭନଷ୍ଟ କରିବାକୁ ବମ୍ବେ ହାଇକୋର୍ଟର ଅନୁମତି - 24 ସପ୍ତାହର ଗର୍ଭନଷ୍ଟ

ବମ୍ବେ ହାଇକୋର୍ଟ ଯୌନ ନିର୍ଯାତନାର ନାବାଳିକା ପୀଡିତାଙ୍କୁ 24 ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ବିଚାରପତି ଏସଜେ କାଠୱାଲା 17 ବର୍ଷିୟ ନାବାଳିକାଙ୍କୁ ଜେଜେ ହସ୍ପିଟାଲରେ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି।

bombay high court
ଗର୍ଭନଷ୍ଟ କରିବାକୁ ବମ୍ବେ ହାଇକୋର୍ଟର ଅନୁମତି

By

Published : May 19, 2020, 11:06 AM IST

ମୁମ୍ବାଇ: ବମ୍ବେ ହାଇକୋର୍ଟ ଯୌନ ନିର୍ଯାତନାର ନାବାଳିକା ପୀଡିତାଙ୍କୁ 24 ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ବିଚାରପତି ଏସଜେ କାଠୱାଲା 17 ବର୍ଷିୟ ନାବାଳିକାଙ୍କୁ ଜେଜେ ହସ୍ପିଟାଲରେ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ଡାକ୍ତରଖାନାର ମେଡିକାଲ ବୋର୍ଡ କୋର୍ଟଙ୍କୁ କହିଥିଲେ ଯେ ପୀଡିତାଙ୍କ ଅବସ୍ଥା ଭଲ ରହିଛି।

ମେ 15 ରେ ବିଚାରପତି କାଠୱାଲା ପୀଡିତାଙ୍କୁ ପରୀକ୍ଷା କରି କୋର୍ଟରେ ଏକ ରିପୋର୍ଟ ଦାଖଲ କରିବାକୁ ବୋର୍ଡକୁ କହିଥିଲେ। ପୀଡିତା ତାଙ୍କୁ ଭିଡିଓ କନଫରେନ୍ସ ଜରିଆରେ କହିଥିଲେ ଯେ ଗର୍ଭଧାରଣା ହେତୁ ସେ ମାନସିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି ଓ ସେ ଅଧିକ ପଢିବାକୁ ଚାହୁଁଛନ୍ତି ।

ଡାକ୍ତର ବୋର୍ଡ ସୋମବାର ହାଇକୋର୍ଟଙ୍କୁ କହିଛି ଯେ ଗର୍ଭସ୍ଥ ଭ୍ରୁଣର କୌଣସି ସମସ୍ୟା ନାହିଁ କିନ୍ତୁ ଗର୍ଭଧାରଣରେ ପୀଡିତାଙ୍କ ସମସ୍ୟା ହୋଇପାରେ। ମେଡିକାଲ ବୋର୍ଡ କହିଛି ଯେ ସେ ନିଜେ ଗର୍ଭପାତ କରିବାକୁ ଚାହୁଁଛି ତେଣୁ ତାଙ୍କୁ ଏ ସନ୍ତାନ ପ୍ରସବ କରିବାକୁ ବାଧ୍ୟ କରିବା ତାଙ୍କ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇପାରେ । ତେବେ ନାବାଳିକାଙ୍କ ମା ଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ।

ABOUT THE AUTHOR

...view details