ନୂଆଦିଲ୍ଲୀ: ଆଜିର ଦିନ ଇତିହାସ ପୃଷ୍ଠାରେ କଳା ଦିବସ ରୂପେ ଲିପିବଦ୍ଧ । ସବୁଠାରୁ ବଡ ନର ସିଂହାର ଥିଲା ଏହି ଦିନ । 9 ଅଗଷ୍ଟ 1945ରେ 'ଫ୍ୟାଟ ମ୍ୟାନ' ନାମକ ପରମାଣୁ ବୋମା ଜାପାନର ନାଗାସାକି ସହରକୁ କରିଦେଇଥିଲା ଧ୍ବଂସ ବିଧ୍ବସ୍ଥ । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଏକାସାଙ୍ଗରେ 80 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଇତିହାସ ପୃଷ୍ଠାରେ 9 ଅଗଷ୍ଟ 'ନାଗାସାକି ଦିବସ' ରୂପେ ମାନ୍ୟତା ପାଇଛି । ଏହା ପୂର୍ବରୁ 6 ଅଗଷ୍ଟରେ 'ଲିଟିଲ ବୟ' ବୋମା ହିରୋସିମାକୁ ଛାରଖାର କରିଥିଲା । ବିସ୍ପୋରଣର ଏହି ରେଡିଏସନ ପ୍ରଭାବରେ ଦୁଇ ସହରବାସୀ ନାନା ରୋଗର ଶିକାର ହେବା ସହ ଚାଲିଯାଇଥିଲା 2 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନ ଉପରେ ଏଭଳି ଘାତକ ଆକ୍ରମଣ କରିଥିଲା ବିଶ୍ବର ସବୁଠି ଶକ୍ତିଶାଳୀ ଦେଶ ଆମେରିକା । ଯାହାକୁ ନେଇ ବିଶ୍ବସ୍ତରରେ ସମାଲୋଚନାର ଶିକାର ମଧ୍ୟ ହୁଏ । ଆଉ ଆଜି ବି ଏହି ଘଟଣାକୁ ନେଇ ପଶ୍ଚାତାପ କରିଆସୁଛି ଆମେରିକା। ସେପଟେ ଜାପାନରେ ଏହି ଦିନକୁ କଳା ଦିବସ ରୂପେ ପ୍ରତି ବର୍ଷ ପାଳନ କରାଯାଉଛି ।
9 ଅଗଷ୍ଟ 1945 ଅର୍ଥାତ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ, ଦକ୍ଷିଣ ଜାପାନର ନାଗାସାକି ଉପରେ 1 ମିନିଟ ଭିତରେ 6.4 କେଜିର ପ୍ଲୋଟନିୟମ-239 'ଫ୍ୟାଟ ମ୍ୟାନ' ନାମକ ବୋମା ପକାଇଥିଲା ଆମେରିକା । ଏହା ପୂର୍ବରୁ ହିରୋସିମାରେ 'ଲିଟିଲ ବୟ' ନାମକ ୟୁରୋନିୟମ ବମ ପକାଯାଇଥିଲା । ତେବେ ପ୍ଲୋଟନିୟମ ବୋମା ପଡିବାର 45 ମିନିଟରେ ଭୂ-ପୃଷ୍ଠରୁ 1540 ଫୁଟିଥିଲା ବୋମା । ଏହା ପରେ 21 କି.ମି ଟି.ଏମ.ଟି. ଭଳି ବିସ୍ପୋରଣର ଧମକା ସୃଷ୍ଟି ହୋଇଥିଲା। ଘଟଣାର ସଙ୍ଗେସଙ୍ଗେ 65 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 1945 ଶେଷ ବେଳକୁ ମୃତ୍ୟୁ ସଂଖ୍ୟା 80ହଜାରରେ ପହଞ୍ଚିଥିଲା।