ଓଡିଶା

odisha

ETV Bharat / bharat

ଦଳଡିଆଁରେ ବ୍ୟସ୍ତ ବଲିଉଡ ଷ୍ଟାର, ବିଜେପିରେ ଜୟପ୍ରଦା

ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା । ବିଜେପି ହାତ ଧରି ଏଥର ରାମପୁରରୁ ନିର୍ବାଚନ ମଇଦାନରେ ଓହ୍ଲାଇବେ ଜୟା ।

By

Published : Mar 26, 2019, 7:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜୟା ପ୍ରଦା

ମୁମ୍ବାଇ: 17ତମ ଲୋକସଭା ନିର୍ବାଚନ ପାଇଁବିଭିନ୍ନ ଦଳ ମଧ୍ୟରେ ଚାଲିଛି ଖୁବ୍ ପ୍ରସ୍ତୁତି । ଏଥରନିର୍ବାଚନରେ ସାମିଲ ହୋଇଛନ୍ତି ବି-ଟାଉନର ଅନେକ ଷ୍ଟାର୍ସ । ପ୍ରାୟତଃ ଅନେକ ଷ୍ଟାର୍ସ ନିଜ ନିଜ ମନପସନ୍ଦଦଳ ବାଛି ସାରିଲେଣି ଏବଂ ଦଳର ହାତ ଧରି ନିର୍ବାଚନ ମଇଦାନକୁ ମଧ୍ୟ ଓହ୍ଲାଇବାକୁ ପ୍ରସ୍ତୁତ ହୋଇସାରିଲେଣି ।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ନିର୍ବାଚନ ପୂର୍ବରୁ ରାଜନୀତି ପାର୍ଟି ପରିବର୍ତ୍ତନ କରିନେଇଛନ୍ତି । ଅନେକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପାର୍ଟିର ପ୍ରାର୍ଥୀ ରହି ରାଜନୀତି କରୁଥିବା ଜୟା ପ୍ରଦା ଶେଷରେବିଜେପିରେ ସାମିଲ ହୋଇଛନ୍ତି । ସେ ଏବର୍ଷ ଉତ୍ତରପ୍ରଦେଶ ରାମପୁରରୁ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇବେ । ଏହି ସିଟରୁସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ସେ ରଣକ୍ଷେତ୍ରରେ ଟକ୍କର ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧିନରେ କାମକରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

ପ୍ରକାଶ ଥାଉକି 2004 ଏବଂ 2009 ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଜୟା ରାମପୁରରେ ଲଢିସାରିଛନ୍ତି । ସିନେମା ଜଗତରେ ରାଜ କରିଥିବାଜୟାତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ହିନ୍ଦୀ, ବେଙ୍ଗଲୀ ଏବଂ ମରାଠୀ ଇଣ୍ଡଷ୍ଟ୍ରିରେ ନିଜର ଜଲୱା ଦେଖାଇସାରିଛନ୍ତି ।

For All Latest Updates

ABOUT THE AUTHOR

...view details